ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ପ୍ରେରିତ ହୋଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ପ୍ରସ୍ତୁତ ଅଛି।

ଆଜି ରାତି ୧ଟାରୁ ୨ଟା ମଧ୍ୟରେ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ। ଏହାର ପ୍ରାୟ ୪ ଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ୪ଟାରୁ ସାଢ଼େ ୬ଟା ମଧ୍ୟରେ ରୋଭର୍‌ ପ୍ରଜ୍ଞାନ ବିକ୍ରମ ଲାଣ୍ଡର ଭିତରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଅବତରଣର ଶେଷ ୧୫ ମିନିଟ ଇସ୍ରୋ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେବ ବୋଲି କୁହାଯାଉଛି।

ଏହି ଐତିହାସିକ ମିସନକୁ ଦେଖିବା ପାଇଁ ସାରା ବିଶ୍ୱର ନଜର ବର୍ତ୍ତମାନ ଭାରତ ଉପରେ। ଏମିତିକି ଏହି ମିସନର ଲାଇଭ୍‌ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଇସ୍ରୋ’ରେ ଉପସ୍ଥିତ ରହିବେ। ଏପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ କୌଣସି ସ୍ୟାଟେଲାଇଟ୍‌ ପହଞ୍ଚି ପାରିନାହିଁ। ତେବେ ଚନ୍ଦ୍ରଯାନ-୨ ସଫଳଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କଲେ ସାରା ବିଶ୍ୱରେ ଇତିହାସ ରଚିବ।

LEAVE A REPLY

Please enter your comment!
Please enter your name here