ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

କଟକରେ ପହଞ୍ଚିବେ ଜଗା-କାଳିଆ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଆଜି ଓଡ଼ିଶାରେ ପହଞ୍ଚିବେ। ଅପରାହ୍‌ଣରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ।

ପୁରୀରେ ଆମିକସ୍‌ କ୍ୟୁରି ଓ ସିଲିସିଟର ଜେନେରାଲ

ପୁରୀରେ ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଉଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ମୋଦୀଙ୍କୁ ଧରି କାନ୍ଦିଲେ ଇସ୍ରୋ ମୁଖ୍ୟ – ପିଠି ଥାପୁଡ଼ାଇ ସାହସ ଦେଲେ ପ୍ରଧାନମନ୍ତ୍ରୀ

ଚନ୍ଦ୍ରରେ ଚନ୍ଦ୍ରଯାନ ୨ର ଲାଣ୍ଡିଙ୍ଗ୍‌କୁ ଅପେକ୍ଷା କରିଥିଲା ସାରାଦେଶ। ହେଲେ ଶେଷ ମୁହୂର୍ତ୍ତରେ ଲାଣ୍ଡର ବିକ୍ରମ ସହ ଇସ୍ରୋ ବୈଜ୍ଞାନିକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେହି ସମୟରେ ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହଓ୍ଵାଗଙ୍କ ଅଭଙ୍ଗା ରେକର୍ଡ

ବିରେନ୍ଦ୍ର ସେହଓ୍ଵାଗ ଭାରତୀୟ କ୍ରିକେଟର ଜଣେ କିମ୍ଵଦନ୍ତୀ ଖେଳାଳୀ। ୨୦୧୫ରେ କ୍ରିକେଟରୁ ଅବସର ନେଇଥିବା ଏହି ଖେଳାଳୀ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ସେହଓ୍ଵାଗ। ପରେ ୨୦୦୧ରେ ଟେଷ୍ଟ କ୍ରିକେଟରେ।

ବିଏମସିର ନୂଆ ପାର୍କିଂ ପ୍ଲାନ, ୬ ମାସରେ ଲାଗୁ ହେବ ନୂଆ ନିୟମ

ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି ଭାବେ ନିୟମ ପ୍ରଣୟନ କରିବା ପରେ ବିଏମସି ତରଫରୁ ମଧ୍ୟ ନୂଆ ପାର୍କିଂ ପ୍ଲାନ୍ ପ୍ରସ୍ତୁତ କରାଯାଉଛି।

ଭାରତରେ ୧୦ କୋଟି ସ୍ମାର୍ଟଫୋନ ବିକ୍ରି କଲା Xiaomi

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଭାରତରେ ୧୦ କୋଟି ସ୍ମାର୍ଟଫୋନ ବିକ୍ରି କରିସାରିଛି। ଏନେଇ ସାଓମୀ ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ସୂଚନା ଦେଇଛନ୍ତି।

ଗାଡ଼ିର କାଗଜପତ୍ର ଧରି ବୁଲିବାକୁ ପଡ଼ିବ ନାହିଁ, ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌

ଆପଣଙ୍କୁ ଟ୍ରାଫିକ୍‌ ପୋଲିସ୍‌ ଧରିଛି କି? ଏବଂ ଗାଡ଼ିର କାଗଜପତ୍ର ମାଗୁଛନ୍ତି କି? ଯଦି ଗାଡ଼ିର କାଗଜପତ୍ର ପାଖରେ ନାହିଁ ଅଥବା ଘରେ ଛାଡ଼ି ଦେଇଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଡାଉନ୍‌ଲୋଡ୍‌ କରନ୍ତୁ ‘ଡିଜିଲକର୍‌ ଆପ୍‌’। କଟିବନି ଚାଳାଣ ଅଥବା ଧରି ବୁଲିବାକୁ ପଡ଼ିବ ନାହିଁ।

ଆମ ବୈଜ୍ଞାନିକମାନଙ୍କ ପାଇଁ ଭାରତ ଗର୍ବିତ – ମୋଦି

‘‘ଚନ୍ଦ୍ରଯାନ-୨କୁ ସଫଳ କରିବା ପାଇଁ ଆମ ଦେଶର ବୈଜ୍ଞାନିକମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହେଲେ ଆମେ ଏଥିରେ ନିରାଶ ହେବାନି। ସାହସର ସହ ଆଗକୁ ବଢ଼ିବା। ଏଦିଗରେ ଆମେ ଆଗକୁ ପ୍ରୟାସ ଜାରି ରଖିବା। ଆମ ଦେଶର ବୈଜ୍ଞାନିକଙ୍କ ପାଇଁ ଆମେ ଗର୍ବ କରିବା ଉଚିତ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଲ୍ୟାଣ୍ଡର ‘ବିକ୍ରମ’ ସହିତ ଯୋଗାଯୋଗ ବିଚ୍ଛିନ୍ନ, ଇସ୍ରୋ ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେଲେ ମୋଦି

ଚନ୍ଦ୍ରଯାନ-୨ର ଲ୍ୟାଣ୍ତର ବିକ୍ରମ ସହିତ ଇସ୍ରୋ ବୈଜ୍ଞାନିକମାନଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଚନ୍ଦ୍ରଠାରୁ ୨.୧ କିଲୋମିଟର ଯାଏଁ ‘ବିକ୍ରମ’ ସହ ଇସ୍ରୋ କଣ୍ଟ୍ରୋଲ ରୁମ୍‌ର ଯୋଗାଯୋଗ ରହିଥିଲା। କିନ୍ତୁ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Comment