ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଡାନ୍ସ ବାର୍‌ ମାଲିକଙ୍କୁ ପୁଣି ଏକ ଝଟକା ଲାଗିଛି। ପୁଣିଥରେ ଖୋଲିବାକୁ ଆଶା ବାନ୍ଧିଥିବା ବାର୍‌ ମାଲିକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନିକଟରେ ଡାନ୍ସ ବାର୍‌ ପାଇଥିବା ଫାୟାର ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍‌)ରେ ଭୁଲ ରହିଛି। ଏନେଇ ପୋଲିସ ଡିଜି ବି କେ ଶର୍ମା ସୂଚନା ଦେଇଛନ୍ତି।

ଏନେଇ ସମସ୍ତ ୭ଟି ଡ୍ୟାନ୍ସ ବାର୍‌କୁ ନୋଟିସ ଜାରି କଲା ଅଗ୍ନିଶମ ବିଭାଗ। ପୋଲିସ ଡିଜି ବି କେ ଶର୍ମା କହିଛନ୍ତି, “ଯେଉଁ ଅଧିକାରୀ ଫାୟାର ଏନ୍‌ଓସି ଦେଇଛନ୍ତି, ସେମାନଙ୍କର ଦେବାର ଅଧିକାର ନାହିଁ। ତେବେ ଫାୟାର ଏନିଓସି ପାଇଁ ଡାନ୍ସ ବାର୍‌ ମାଲିକଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡ଼ିବ।”

ତେବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆଣିବାକୁ ସମସ୍ତ ଡ୍ୟାନ୍ସ ବାର୍‌କୁ ନୋଟିସ ଜାରି ହୋଇଛି। ଯେପର୍ଯ୍ୟନ୍ତ ବାର୍‌ ମାଲିକ ଅଗ୍ନି ନିରାପତ୍ତା ଯାଞ୍ଚ ଏବଂ ପ୍ରମାଣପତ୍ର ହାସଲ କରିନାହାନ୍ତି, ସେଯାଏଁ ବାର୍‌ ଖୋଲିବାକୁ ଅନୁମତି ମିଳିବ ନାହିଁ।

Comment