ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା। ଯୁଦ୍ଧରେ ଆହତ ସହିଦ୍ ଓ ଆହତ ସୈନ୍ୟଙ୍କ ପରିବାରକୁ ଏଣିକି ମିଳୁଥିବା ରାଶିର ୪ ଗୁଣା ଦିଆଯିବ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବଡ଼ ଘୋଷଣା କରିଛନ୍ତି। ଯୁଦ୍ଧରେ ସହିଦ୍ ଓ ଆହତ ସୈନ୍ୟଙ୍କ ପରିବାରକୁ ମିଳୁଥିବା ରାଶିକୁ ବଢ଼ାଇବା ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା। ଶନିବାର ପ୍ରବତିରକ୍ଷା ମନ୍ତ୍ରୀ ଏହି ରାଶିକୁ ୪ ଗୁଣା ବଢ଼ାଇ ଦେଇଛନ୍ତି।
ପୂର୍ବରୁ ଏହି ପରିବାରମାନଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିଲା। ହେଲେ ଏଣିକି ଯୁଦ୍ଧ ଆହତ ସୈନ୍ୟଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଦେଶ ପାଇଁ ଲଢ଼େଇ କରି ସହିଦ ହୋଇଥିବା ଏବଂ ଯୁଦ୍ଧରେ ୬୦ ପ୍ରତିଶତ ଶାରୀରିକ କ୍ଷତି ସୈନ୍ୟଙ୍କୁ ଏହି ଆର୍ଥିକ ସୁବିଧା ମିଳିବ।
ସେନାର ଯୁଦ୍ଧ ସହିଦ କଲ୍ୟାଣ ନିଧି(ଏବିସିଡବ୍ଲ୍ୟୁଏଫ୍) ଅନୁସାରେ ଓହିଦ ଓ ଆହତ ପରିବାରଙ୍କୁ ଏହି ରାଶି ଦିଆଯିବ। ବୀମା ଯୋଜନା, ସେନା କଲ୍ୟାଣ ନିଧି ଏବଂ ଅନୁଗ୍ରହ ରାଶିକୁ ଛାଡ଼ିଲେ ଏହି ୮ ଲକ୍ଷ ଟଙ୍କା ସାହାଯ୍ୟ ସେନା ପରିବାରକୁ ଅତିରିକ୍ତ ଦିଆଯିବ।