ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା କିଭଳି ଭାବେ ଚାଲିଛି? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଗୁ ହୋଇଥିବା ୫-ଟି ଫର୍ମୁଲା ମେଡିକାଲରେ କିଭଳି ଭାବେ କାର୍ଯ୍ୟକାରୀ କରାଯାଉଛି ଏନେଇ ବୁଧବାର ୫-ଟି ସଚିବ ଭି କେ ପାଣ୍ଡିଆନ ମାଲକାନଗିରି ମେଡିକାଲ ଗସ୍ତ କରିଛନ୍ତି।

ସ୍ଥିତି ଅନୁଧ୍ୟାନ କରିବା ସହିତ ମେଡିକାଲର ଭିତ୍ତିଭୂମି ଏବଂ ରୋଗୀଙ୍କ ସେବା କିଭଳି ଭାବେ ଚାଲିଛି ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ପାଣ୍ଡିଆନ ଆଲୋଚନା କରିଥିଲେ। ଏହି ଗସ୍ତରେ ପାଣ୍ଡିଆନ୍‌ଙ୍କ ସହିତ ଥିଲେ ଏନ୍‌ଆରଏଚ୍‌ଏମ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡା ଏବଂ ପ୍ରମୁଖ ସଚିବ ଅଶୋକ ମୀନା। ସେହିପରି ମାଲକାନଗିରି ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଏହି ସମୟରେ ମେଡିକାଲରେ ଉପସ୍ଥିତ ଥିଲେ।

Comment