ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୫ ଅପରାହ୍‌ଣ ୨ଟାରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍‌। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଏହି ଟ୍ରେନ୍‌ଟି ନିୟମିତ ଭାବେ ଭୁବନେଶ୍ୱରରୁ ନୟାଗଡ଼ ଚଳାଚଳ କରିବ।

୧୮୪୨୩ ଟ୍ରେନ୍‌ ନମ୍ବର ଭୁବନେଶ୍ୱର-ନୟାଗଡ଼ ଟାଉନ୍‌ ଏକ୍ସପ୍ରେସ୍‌ ୧୮୪୨୩ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ରୁ ଭୁବନେଶ୍ୱର ଛାଡ଼ିବ। ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍‌ରେ ପହଞ୍ଚିବ। ସେହିପରି ଟ୍ରେନ୍‌ ନମ୍ବର ୧୮୪୨୪ ନୟାଗଡ଼ ଟାଉନ୍‌ରୁ ଭୁବନେଶ୍ୱର ଏକ୍ସପ୍ରେସ୍‌ ସକାଳ ୬ଟା ୩୦ରେ ନୟାଗଡ଼ ଛାଡ଼ିବ ଓ ପୂର୍ବାହ୍‌ଣ ୯ଟାରେ ଭୁବନେଶ୍ୱର ପହଞ୍ଚିବ।

ଉକ୍ତ ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, ଖୋର୍ଦ୍ଧା ଟାଉନ୍‌, ବେଗୁନିଆ, ରାଜସୁନାଖେଳା ଏବଂ ବୋଲଗଡ଼ ଆଦି ଷ୍ଟେସନ୍‌ ଦେଇ ଚଳାଚଳ କରିବ।

Comment