ଓଡ଼ିଶାଲାଇଭ ବ୍ୟୁରୋ

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ। ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଆଇନଜୀବୀଙ୍କ ନାଁ ଦୀପାଳି ପ୍ରିୟଦର୍ଶିନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ମୃତ୍ୟୁରେ ପୁରୁଷ ବନ୍ଧୁଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ଦିପାଳିଙ୍କ ସାନ ଭଉଣୀ।

ଦୀପାଳିଙ୍କ ସାନ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଦୀପାଳି କବାଟ ବନ୍ଦ କରି ଭିତରେ ରହିଥିବା କଥା ତାଙ୍କ ସାନ ଭଉଣୀଙ୍କୁ କହିଥିଲେ ପୁରୁଷ ବନ୍ଧୁ। ସାନ ଭଉଣୀଙ୍କ ସହ ପରିବାର ଲୋକ ପହଞ୍ଚିବା ପରେ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି।  ପରେ କବାଟ ଭାଙ୍ଗି ଦୀପାଳୀଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ପରିବାର ଲୋକ।

ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ଦୀପାଳି ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି।

Comment