ଓଡ଼ିଶାଲାଇଭ ବ୍ୟୁରୋ

ଏସପ୍ଲାନେଡ ସମେତ ଭୁବନେଶ୍ଵରରେ ୧୪ଟି ସପିଂ ମଲ୍‌କୁ ନୋଟିସ୍‌ ଜାରି କରାଯାଇଛି। ବିଜ୍ଞପ୍ତି ପରେ ମଧ୍ୟ ବେଆଇନ ପାର୍କିଂ ଆଦାୟ ପ୍ରସଙ୍ଗରେ ଏହି ନୋଟିସ୍‌ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଲ୍ଡିଂ ପ୍ଲାନ ଅନୁମତି ବେଳେ ପାର୍କିଂ ସ୍ଥାନ ପାଇଁ ରିହାତି ମିଳିଛି। ତେବେ ଏଭଳି ବେଆଇନ ପାର୍କିଂ ଫି ଆଦାୟ କରାଯିବ ନାହିଁ। ଯଦି ଆଗକୁ ଏହି ଆଇନ ଉଲ୍ଲଘଂନ କରାଗଲା ତେବେ ଓଡିଏ ଆକ୍ଟ ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ବିଲ୍ଡିଂର ପ୍ଲାନ ଅନମତି ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ବିଡିଏ ପ୍ଲାନିଂ ସଦସ୍ୟ ଗୌରୀଶଙ୍କର ଭୂୟାଁ।

ଭୁବେନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ନିୟମ ଅନୁଯାୟୀ, ରାଜଧାନୀରେ ସପିଂମଲ୍‌, ମଲ୍ଟିପ୍ଲେକ୍ସଠାରୁ ଆରମ୍ଭ କରି ହସ୍ପିଟାଲ ଆଦିରେ ଥିବା ପାର୍କିଂ ସ୍ପଟ୍‌ରେ କେହି ପାର୍କିଂ ଫି’ ଆଦାୟ କରିପାରିବେ ନାହିଁ। ତେବେ ପ୍ରଶାସନର ନିୟମକୁ ଅବମାନନା କରି ଏବେ ମଧ୍ୟ ଅନେକ ସପିଂମଲ୍‌ରେ ପାର୍କିଂ ଫି’ ଆଦାୟ କରୁଛନ୍ତି

ଏନେଇ ଅଭିଯୋଗ ଆସିବା ପରେ ଶୁକ୍ରବାର ବିଏମ୍‌ସି ପକ୍ଷରୁ ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ୱାଡ୍‌ ଏବଂ ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଭୁବନେଶ୍ୱର ଭବାନୀ ମଲ୍‌ ଉପରେ ଚଢ଼ଉ କରିଥିଲେ। ପରେ ସୋମବାର ଏସପ୍ଲାନେଡ ସମେତ ୧୪ଟି ସପିଂ ମଲ୍‌କୁ ନୋଟିସ୍‌ ଜାରି କରାଯାଇଛି।

Comment