ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ କ୍ଷତିରେ ଚାଲିଥିବାରୁ ଏହାକୁ କେନ୍ଦ୍ର ସରକାର ବନ୍ଦ କରିବା ପାଇଁ ଯୋଜନା କରୁଥିବା କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ କେନ୍ଦ୍ର କ୍ୟାବିନେଟ୍‌ରେ ଏହି ଚର୍ଚ୍ଚା ଉପରେ ପରଦା ଢ଼ଙ୍କା ଯାଇଛି।

ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏହି ଦୁଇଟି ସରକାରୀ ସଂସ୍ଥାକୁ ମିଶ୍ରଣ କରାଯିବ ବୋଲି ସେ କହିଛନ୍ତି

‘‘ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌କୁ ମିଶ୍ରଣ କରିବା ପାଇଁ ଆମେ ଯୋଜନା କରୁଛୁ। ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତାଙ୍କ ପାଇଁ ବିଆର୍‌ଏସ୍‌ ପ୍ୟାକେଜ ଅଣାଯିବ। ଏହାସହ ୪-ଜି ସ୍ପେକ୍ଟ୍ରମ୍‌ ପାଇଁ ୪ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯିବ। ବିଏସ୍‌ଏନ୍‌ଏଲ୍‌ ପାଇଁ ଆଗାମୀ ୪ ବର୍ଷ ଭିତରେ ୩୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ’’, କହିଛନ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ରେ ୧ ଲକ୍ଷ ୮୦ ହଜାର କର୍ମଚାରୀ ଅଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୭ ହଜାର ୯୯୨ କୋଟି ଟଙ୍କାର କ୍ଷତି ହୋଇଥିଲା। ୨୦୧୬-୧୭ରେ ୪ ହଜାର ୭୮୬ କୋଟି ଟଙ୍କାର କ୍ଷତି ହୋଇଥିଲା।

Comment