ଓଡ଼ିଶାଲାଇଭ୍ ବ୍ୟୁରୋ

ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପିଇବାକୁ ମିଳୁଛି ଟଏଲେଟର ପାଣି। ସ୍ୱାଦିଷ୍ଟ ଖାଦ୍ୟ ଏବଂ ପରିଚ୍ଛନ୍ନତା ପାଇଁ ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କଠାରୁ ଅନେକ ଟଙ୍କା ନେଇଥାଆନ୍ତି। ଏମିତିକି ଗ୍ରାହକମାନଙ୍କୁ ପିଇବା ପାଣି ପାଇଁ ବି ଅଲଗାରେ ଟଙ୍କା ଗଣିବାକୁ ପଡ଼େ।

ତେବେ ବେଲ୍‌ଜିଅମ୍‌ର କୋନେରେ ଏପରି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କ ପାଇଁ ପିଇବା ପାଣି ନାଳରୁ ଆସିଥାଏ। ‘ଗଷ୍ଟ୍ ୟୁକ୍ସ୍‌’ ନାମରେ ଥିବା ଏହି ରେଷ୍ଟୁରାଣ୍ଟରେ  ଟଇଲେଟ୍ ଆଉ ନାଳ ପାଣିକୁ ବିଶୁଦ୍ଧ କରି ପିଇବାକୁ ଦିଆଯାଏ। ଏହି ରେଷ୍ଟୁରାଣ୍ଟରେ ପାଣିକୁ ପିଇବାଯୋଗ୍ୟ କରିବା ପାଇଁ ଏକ ପ୍ୟୁରିଫାୟାର୍ ମେସିନ୍ ଲାଗିଛି।

ନାଳ ତଥା ଟଇଲେଟ୍ ପାଣିକୁ ପ୍ରଥମେ ଗଛରେ ବ୍ୟବହାର କରାଯାଉଥିବା ସାର ପକାଇ ସଫା କରାଯାଏ। ଏହାପରେ ସେଥିରେ ବର୍ଷା ପାଣି ମିଶାଇ ପ୍ୟୁରିଫାୟାର୍ ମେସିନ୍ ରେ ପକାଇ ବିଶୁଦ୍ଧ କରି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ।

କେବଳ ପିଇବା ପାଇଁ ନୁହେଁ କଫି, ବିୟର୍ ଏବଂ ବରଫ ତିଆରି କରିବା ପାଇଁ ମଧ୍ୟ ଏହି ପାଣିକୁ ବ୍ୟବହାର କରାଯାଏ ବୋଲି ହୋଟେଲ କର୍ମଚାରୀ କହିଛନ୍ତି।

Comment