ଓଡ଼ିଶାଲାଇଭ ବ୍ୟୁରୋ

 ଉତ୍କଳ ବିଶ୍ଵବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଶ୍ଵବିଦ୍ୟାଳୟରେ ଭିସି ଅଫିସ୍‌ରେ ଥିବା ସିଣ୍ଡିକେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି।

ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲ। ହେଲେ ନିଆଁର ପ୍ରକୋପ ଏତେ ବେଶି ରହିଥିଲା ଯେ ଏହାକୁ ଆୟତ୍ତ କରିବାକୁ ଅଧିକ ସମୟ ଲାଗିଥିଲା।

ଆଜି ଭିସିଙ୍କ ଅଫିସରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା ବୈଠକ ସରିବା କିଛି ସମଯ ପରେ ସିଣ୍ଡିକେଟ୍‌ ହଲରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ପରେ ଦମକଳବାହିନୀକୁ ଖବର ଦିଆଯାଇଥିଲା। ତେବେ ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି ସନ୍ଦେହ କରାଯାଉଛି।

Comment