ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ବିଭିନ୍ନ ସହରର ଅବସ୍ଥା ବେହାଲ ହୋଇଯାଇଛି। ଆସନ୍ତା ୪୮ ଘଣ୍ଟା ଯାଏଁ ଆହୁରି ବର୍ଷା ସମ୍ଭାବନା ଥିବାରୁ ୪ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି।

ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରୁ ଲୋକେ ଅସୁବିଧାର ସମ୍ମୁଖିନ ହୋଇଥିଲେ। ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ଆଜି ମଧ୍ୟ କେତେକ ସ୍କୁଲ ଛୁଟି କରିଦେଇଥିଲେ ସରକାର।

Comment