ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ହେଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ଏଥିସହ କେଉଁଠି ମୃତାହତଙ୍କ ସୂଚନା ମଧ୍ୟ ଆସିନାହିଁ ବୋଲି ସେ କହିଛନ୍ତି। କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ହୋଇଛି ସେନେଇ ଏସ୍‌ଆରସି ସୂଚନା ଦେଇଛନ୍ତି।

ରେକର୍ଡ ଅନୁସାରେ ୮ ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଭଦ୍ରକରେ ୧୫୨, ପୁରୀରେ ୧୩୫, କଟକରେ ୧୩୦, ଯାଜପୁର ବିଞ୍ଝାରପୁରରେ ସର୍ବାଧିକ ୨୩୯ ମିଲିମିଟର ବର୍ଷା ହୋଇଛି। ଭୁବନେଶ୍ୱରରେ ଦୁଇଦିନରେ ୨୫୩ ମିଲିମିଟର ବର୍ଷା ହୋଇଛି।

ଅନ୍ୟପଟେ ରାଜ୍ୟରେ ଚାଲିଥିବା ବାତ୍ୟା ଖବରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଏସଆରସି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବାଏହି ଖବରକୁ ଗୁଜବ ବୋଲି ସେ କହିଛନ୍ତି।

ଆସନ୍ତା ୨୮ ତାରିଖରେ କୌଣସି ବାତ୍ୟା ହେବନାହିଁ  ବୋଲି ସେ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ଏହାସହ ବାତ୍ୟାର ମିଛ ଖବର ଉପରେ ବିଶ୍ୱାସ ନକରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ପାଣିପାଗ ବିଭାଗର ଖବର ଉପରେ ବିଶ୍ୱାସ ରଖିବାକୁ ସେ ଲୋକମାନଙ୍କୁ କହିଛନ୍ତି।

ଆସନ୍ତା ୨୮ ତାରିଖରେ ରାଜ୍ୟରେ ବାତ୍ୟା ହେବା ନେଇ ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଯାହାକୁ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଖଣ୍ଡନ କରିଛନ୍ତି।

Comment