ଓଡ଼ିଶାଲାଇଭ ବ୍ୟୁରୋ

ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଓଏସ୍‌ ପିଲଙ୍କ ସହ ସନ୍ଧ୍ୟାରେ ଦୀପାବଳି ପାଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହାସହ ସେ ଜିଲ୍ଲାପଳ ଓ ଏସପିଙ୍କୁ ମଧ୍ୟ ଲୋକଙ୍କ ସହ ଦୀପାବଳି ପାଳନ କରିବାକୁ କହିଛନ୍ତି।

ଏହାସହ ଡିଜିପି ଓ ଏସପିଙ୍କୁ ଯବାନଙ୍କ ପରିବାର ସହ ଦୀପାବଳି ପାଳିବାକୁ ପରାମର୍ଶ ଦେଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନକୁ ପାଳନ କରିନଥିଲେ। ଏହା ପରିବର୍ତ୍ତେ ତାଙ୍କ କର୍ମୀ ଓ ଶୁଭେଚ୍ଛେକମାନଙ୍କୁ ଭିନ୍ନକ୍ଷମ ପିଲାଙ୍କ ସହ ସମସ୍ତ ପର୍ବ ପାଳିବାକୁ ପରାମର୍ଶ ଦେଇଥିଲେ।

Comment