ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍ସଆପ୍‌ ମାନିଲା। ଭାରତୀୟ ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ଉପରେ ନଜର ରଖୁଛି ଇସ୍ରାଏଲ୍‌ ସ୍ପାଏୱେର ‘ପେଗାସସ୍’।

ଭାରତୀୟ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସାବଧାନ ହୋଇଯାଆନ୍ତୁ। ଭାରତୀୟଙ୍କ ହ୍ୱାଟ୍ସଆପ୍‌ ଉପରେ ନଜର ରଖୁଛି ଇସ୍ରାଏଲ୍‌ ସ୍ପାଏୱେର। ଏକଥା ହ୍ୱାଟ୍ସଆପ୍‌ କମ୍ପାନି ମଧ୍ୟ ମାନିଛି। ଗତ ମେ’ ମାସରେ ଭାରତ ତଥା ବିଶ୍ୱର ବିଭିନ୍ନ ସାମ୍ବାଦିକ ଏବଂ ସମାଜସେବୀଙ୍କ ହ୍ୱାଟ୍ସଆପ୍‌ ଉପରେ ନଜର ରଖାଯିବା ସହ ତଥ୍ୟ ଚୋରି ହୋଇଥିବା ହ୍ୱାଟ୍ସଆପ୍‌ ପକ୍ଷରୁ କୁହାଯାଇଛି।

ହ୍ୱାଟ୍ସଆପ୍‌ ପକ୍ଷରୁ ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍‌ର ଟେକ୍ନୋଲୋଜି ସଂସ୍ଥା ଏନ୍‌ଏସ୍‌ଓ ସ୍ପାଏ ସଫ୍ଟୱେର ‘ପେଗାସସ୍’ ଜରିଆରେ ଦେଶର ବିଭିନ୍ନ ଲୋକଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌ ଉପରେ ଗୁପ୍ତଭାବେ ନଜର ରଖୁଛି। ଏହି ସଫ୍ଟୱେର ଭାରତରେ ମଧ୍ୟ ସକ୍ରିୟ ଥିବା କହିଛି ହ୍ୱାଟ୍ସଆପ୍। ତେବେ କେତେ ଜଣ ଭାରତୀୟଙ୍କ ଉପରେ ଏହା ଗୁଇନ୍ଦାଗିରି କରୁଛି ସେ ବିଷୟରେ ହ୍ୱାଟ୍ସଆପ୍‌ କୌଣସି ଦେଇନାହିଁ।

ଅନ୍ୟପକ୍ଷରେ ନଭେମ୍ବର ୪ ସୁଦ୍ଧା ଏହାର ସ୍ପଷ୍ଟୀକରଣ ରଖିବା ପାଇଁ ଭାରତ ସରକାରଙ୍କ ହ୍ୱାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହ୍ୱାଟ୍ସଆପ୍‌ କମ୍ପାନି ଆମେରିକା ଫେଡେରାଲ୍‌ କୋର୍ଟରେ ଇସ୍ରାଏଲ୍‌ ସଂସ୍ଥା ଏନ୍‌ଏସ୍‌ଓ ଉପରେ ମକଦ୍ଦମା ରୁଜୁ କରିଛି।

ଏ ଭିତରେ ଗୋଟିଏ ପ୍ରଶ୍ନ ମନରେ ଉଙ୍କି ମାରୁଛି। ‘ପେଗାସସ୍‌’ କ’ଣ? ଏହାକୁ ବ୍ୟବହାର କରି କିଏ ଆଉ କାହିଁକି ଲୋକଙ୍କ ଉପରେ ନଜର ରଖୁଛି? ତେବେ ଆସନ୍ତୁ ଜାଣିବା ଏ ବିଷୟରେ।

ପେଗାସସ୍‌’  ?

‘ପେଗାସସ୍‌’ ହେଉଛି ଇସ୍ରାଏଲ୍‌ର ଏକ ଟେକ୍ନୋଲୋଜି କମ୍ପାନି ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଗୁପ୍ତ ଖବର ସଂଗ୍ରହକାରୀ ସଫ୍ଟୱେର। ଏହାକୁ କେବଳ ସରକାରୀ କର୍ମଚାରୀଙ୍କ ବ୍ୟବହାର ପାଇଁ ତିଆରି କରାଯାଇଛି। କୌଣସି ସାଧାରଣ ବ୍ୟକ୍ତି ଏହାକୁ ବ୍ୟବହାର କରିପାରିବ ନାହିଁ।

ପେଗାସସ୍‌ ବ୍ୟବହାର କରି କ’ଣ କରିହେବ

– ‘ପେଗାସସ୍’ ବ୍ୟବହାର କରି ଏହା ହ୍ୱାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର୍, ଗୁଗୁଲ୍ ଡ୍ରାଇଭ୍, ଆଇ-କ୍ଲାଉଡ୍‌ରେ ଥିବା ସମସ୍ତ ବିବରଣୀକୁ ସହଜରେ ଚୋରାଯାଇପାରେ।

– ଏହା ଗୁଗୁଲ୍ ଡ୍ରାଇଭ୍, ଆଇ-କ୍ଲାଉଡ୍‌ର ଆଥେଣ୍ଟିକେସନ୍‌ କି’ କୁ ଆକ୍ସେସ୍‌ କରି ସମସ୍ତ ବିବରଣୀ ସଂଗ୍ରହ କରିବାର ସକ୍ଷମ ରଖିଛି।

– ଥରେ ପେଗାସସ୍‌ ସଫ୍ଟୱେର୍‌ ଫୋନ୍‌, ଲାପ୍‌ଟପ୍‌ ଓ ଟ୍ୟାବ୍‌ରେ ସକ୍ରିୟ ହୋଇଗଲେ ଆପେ ଆପେ ସମସ୍ତ ଅନ୍‌ଲାଇନ୍‌ ଡାଟା ଡାଉନ୍‌ଲୋଡ୍‌ ହୋଇଯିବ। ଏହା ଆଣ୍ଡ୍ରଏଡ୍ ଏବଂ ଆଇ-ଫୋନ୍‌ରେ ବି ସକ୍ରିୟ କରାଯାଇପାରିବ।

– ଏହି ସଫ୍ଟୱେର୍ ଥରେ ଫୋନ୍‌, ଲାପ୍‌ଟପ୍‌ ଓ ଟ୍ୟାବ୍‌ରେ ସକ୍ରିୟ ହୋଇଗଲେ ଆଉ ଡିଲିଟ୍ ହୁଏ ନାହିଁ। ଆପଣ ଏହାକୁ ଡିଲିଟ୍ କଲେ ମଧ୍ୟ ଏହା ସକ୍ରିୟ ରହିଥାଏ।

Comment