ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଦୂଷଣ ରୋକିବାକୁ ନିତିଶ କୁମାରଙ୍କ ବଡ଼ ପଦକ୍ଷେପ। ବିହାରରେ ବ୍ୟାନ୍‌ ହେବ ୧୫ ବର୍ଷ ପୁରୁଣା ଗାଡ଼ି।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର ଆଜିଠୁ ଅଡ୍‌-ଇଭେନ୍‌ ସ୍କିମ୍‌ ମଧ୍ୟ ଲାଗୁ କରିଛି। ଦିଲ୍ଲୀ ଭଳି ବିହାର ରାଜଧାନୀ ପାଟ୍‌ନାରେ ମଧ୍ୟ ପ୍ରଦୂଷଣ ବିପଦଜନକ ଅବସ୍ଥାରେ ପହଞ୍ଚିଛି। ଏହାକୁ ରୋକିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବଡ଼ ଘୋଷଣା କରିଛନ୍ତି।

ସରକାର ୧୫ ବର୍ଷରୁ ଅଧିକ ପୁରୁଣା ବ୍ୟବସାୟିକ ଗାଡ଼ିକୁ ବ୍ୟାନ୍‌ କରଇବା ପାଇଁ ଘୋଷଣା କରିଛନ୍ତି। ଏହି ନିୟମ ଆସନ୍ତା ୭ ତାରିଖରୁ ରାଜ୍ୟରେ ଲାଗୁ ହେବ। ଏଥିସହିତ ଘରୋଇ ଯାନବାହନର ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସୋମବାର ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବ୍ୟଠକ ଡକାଇଥିଲେ। ଏହି ବୈଠକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଉପରେ ବ୍ୟାନ୍‌ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯାନବାହନକୁ ସଡ଼କରୁ ହଟାଇ ଦିଆଯିବ।

Comment