ଓଡ଼ିଶାଲାଇଭ୍‌ ବ୍ୟୁରୋ Sakhigopal Radha Pada

ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିପରି ଏକ ପବିତ୍ର ତିଥିରେ ମନ୍ଦିର ମଧ୍ୟରେ ଶ୍ରୀରାଧାକୃଷ୍ଣଙ୍କୁ ଦର୍ଶନ କରିବାକୁ ସାକ୍ଷୀଗୋପାଳରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି।

Sakhigopal Radha Pada

ମା’ ରାଧାରାଣୀଙ୍କୁ ନାଲି ରଙ୍ଗର ପାଟ୍ଟ ଶାଢି ସହିତ ପାରମ୍ପରିକ ଓଡ଼ିଆଣୀ ଅଳଙ୍କାରରେ ସଜ୍ଜିତ କରାଯାଇଛି। ସେହିପରି ମା’ଙ୍କୁ ସ୍ୱର୍ଣ୍ଣହାର ଅର୍ପଣ କରାଯିବା ସହିତ ଶଙ୍ଖା, ବାହୁଟି, ନାକଚଣା, ପାଦମୁଦି, ସାଙ୍ଗକୁ କମରପେଟି ଅଳଙ୍କାର ପିନ୍ଧାଯାଇଛି। ମଥାରେ ନାଲି ସିନ୍ଦୁର ଓ ପାଦରେ ଅଳତା, ମା’ଙ୍କ ଏହି ଅପୂର୍ବ ତଥା ପବିତ୍ର ବେଶ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି।

Sakhigopal Radha Pada

ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରରେ ପ୍ରଶାସନ ପକ୍ଷରୁ ୨୨ ପ୍ଲାଟୁନ ପୋଲିସ ମୂତୟନ କରାଯାଇଛି। ସେହିପରି ସାକ୍ଷୀଗୋପାଳଠାରେ ନିଜେ ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ରହି ତଦାରଖ କରୁଛନ୍ତି। ଯାତ୍ରୀ ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଏବଂ ବାହାରେ ବିଭିନ୍ନ ସ୍ଥାନମାନଙ୍କରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ସିସିଟିଭି ମାଧ୍ୟମରେ ଭିଡ଼ ଏବଂ ଲୋକମାନଙ୍କ ଗତିବିଧି ଉପରେ ନଜର ରଖିଛି ପୋଲିସ।

Comment