ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ତେଜୁଛି ସାମ୍ଵାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରତିବାଦ। ଏନେଇ ଆଜି ରାୟଗଡ଼ାରେ ମଧ୍ୟ ସାମ୍ଵାଦିକମାନେ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

କେନ୍ଦ୍ରପଡାରେ କାର୍ଯ୍ୟରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ପ୍ରତି ସାଂସଦ ଅନୁଭବ ମହାନ୍ତିଙ୍କ ଅଶାଳୀନ ମନ୍ତବ୍ୟ ଓ ର୍ଦୁବ୍ୟବହାର ପ୍ରତିବାଦରେ ରାଜ୍ୟବ୍ୟାପି ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଆଜି ରାୟଗଡାରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଛି। ସାମ୍ବାଦିକଙ୍କୁ ସାଂସଦଙ୍କ ର୍ଦୁବ୍ୟବହାର ପ୍ରତିବାଦରେ ରାୟଗଡାର ସମସ୍ତ କାର୍ଯ୍ୟରତ ସାମ୍ବାଦକ ଏକଜୁଟ ହୋଇ ପିଡବ୍ଳୁଡି ବଙ୍ଗଡାରୁ ଏକ ନୀରବ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସାଂସଦଙ୍କ ଏଭଳି ଆଚରଣର ନିନ୍ଦା କରାଯିବା ସହ ସାମ୍ବାଦିକ ମନୋଜ ସ୍ଵାଇଁଙ୍କୁ ସୁରକ୍ଷା ଓ ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ର ଗ୍ରହଣ କରିବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ।

Comment