ଓଡ଼ିଶାଲାଇଭ୍ ବ୍ୟୁରୋ

ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ସୁନ୍ଦରବନର ଡେଲ୍‌ଟା ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ବୁଲ୍‌ବୁଲ୍‌।

ପାରାଦୀପଠାରୁ ୧୧୦ କିଲୋମିଟର ଦୂରରେ ବୁଲ୍‌ବୁଲ୍‌

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗକୁ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ବୁଲ୍‌ବୁଲ୍‌। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ। ତେବେ ପଶ୍ଚିମବଙ୍ଗ-ବାଂଲାଦେଶର ସୁନ୍ଦରବନରେ ‘ବୁଲବୁଲ’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବୁଲ୍‌ବୁଲ୍‌ ପ୍ରଭାବରେ ରାଜନଗରରେ ସର୍ବାଧିକ ବର୍ଷା

ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ତେବେ କେନ୍ଦ୍ରାପଡ଼ାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ରାଜନଗରରେ ୧୮୦.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ରାଜକନିକାରେ ୧୩୬.୦ ମିଲିମିଟର ବର୍ଷା ହେଉଥିବା ବେଳେ ଭଦ୍ରକର ଚାନ୍ଦବାଲିରେ ୧୫୦.୧ ମିଲିମିଟର ରେକର୍ଡ କରାଯାଇଛି।

ଭଦ୍ରକ ପାଇଁ ହେଲ୍‌ପଲାଇନ ନମ୍ବର ଜାରି

ବାତ୍ୟାର ପ୍ରଭାବକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ସହାୟତା ପାଇଁ ହେଲ୍‌ପଲାଇନ ନମ୍ବର ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୬୭୮୪-୨୫୧୮୮୧ ଜାରି ହୋଇଛି। ସେହିପରି ଭଦ୍ରକ ପୋଲିସ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୧୦୦ ଏବଂ ୬୭୮୪୨୫୦୦୦୭ ନମ୍ବର ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here