ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରାଞ୍ଜନ ସାହୁ): ରାୟଗଡ଼ା ସହରସ୍ଥିତ ଜଗନ୍ନାଥ ମନ୍ଦିର ନିକଟସ୍ଥ ଗୁର୍ଖା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନବଜାତ ଶିଶୁର ମୃତଦେହକୁ ବୁଲାକୁକୁରମାନେ ଝୁଣୀ ଝୁଣୀ କରି ଖାଉଥିବାର ଦେଖିବାକୁ ମିଳିଛି ।

ତେବେ କିଏ ଓ କାହିଁକି ଶିଶୁର ମୃତ ଦେହକୁ ଗୁର୍ଖା ସାହି ନିକଟରୃ ଛାଡି ଦେଇ ଚାଲିଗଲା ତାହା ସ୍ପଷ୍ଟ ହୋଇନାହିଁ। ଆଜି ସକାଳୁ ଗୁର୍ଖା ସାହି ମୁଣ୍ଡରେ ଥିବା ଜଣଙ୍କ ଘର ବାରଣ୍ଡାରେ କୁକୁରମାନେ ଶିଶୁଟିର ମୃତଦେହ ଖାଉଥିବା ମହିଳାମାନେ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଆଜି ସକାଳ ୧୧ଘଣ୍ଟା ସମୟରେ କିଛି ଲୋକ ମନ୍ଦିରରୁ ଫେରୁଥିବା ବେଳେ କୁକୁରମାନେ କାମୁଡାକାମୁଡ଼ି ଦେଖିବାକୁ ପାଇଥିଲେ ।

Comment