ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଦ୍ଦି ହେଲା ବଦନାମ। ଅପରାଧୀକୁ ଗିରଫ କରିବା ବଦଳରେ ନିଜେ ଅପରାଧୀ ହେଲା ପୋଲିସ। ଗୋଟିଏ ପଟରେ କମିସନରେଟ ପୋଲିସ ରାଜଧାନୀକୁ ନିଶାମୁକ୍ତ କରିବାକୁ ଯୋଜନା କରୁଥିବା ବେଳେ ଅନ୍ୟ ପଟରେ ନିଜେ ପୋଲିସ ସାଜିଛି ନିଶା ମାଫିଆ। ବ୍ରାଉନସୁଗାର ଭଳି ସାଂଘାତିକ ନିଶା କାରବାର କରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଲଙ୍କୁ ଗିରଫ କରିଛି ନୂଆପଲ୍ଲୀ ପୋଲିସ। ତାଙ୍କ ନାଁ ଜେ. ଭାରିମଲ୍ଲ।

ଭାରିମଲ୍ଲ ରିଜର୍ଭ ପୋଲିସରେ କନଷ୍ଟେବଲ ଭାବେ କାର୍ଯ୍ୟରତ। ବୁଧବାର ଭାରିମଲ୍ଲ ପକେଟରେ ବ୍ରାଉନସୁଗାର ରଖି ବୁଲି ବୁଲି ବିକୁ ଥିବା ବେଳେ ନୂଆପଲ୍ଲୀ ଥାନା ପୋଲିସ ତାକୁ କାବୁ କରିଥିଲା। ତାଙ୍କ ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

୨୦୦୮ ମସିହାରେ ଭାରିମଲ୍ଲ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାତ୍ର ସାକ୍ଷୀ ପ୍ରମାଣ ଅଭାବ ହେବା ଯୋଗୁଁ ନିର୍ଦ୍ଦୋଶରେ ଖଲାସ ହୋଇ ପୁଣି ଚାକିରିରେ ଯୋଗ ଦେଇଥିଲେ। ନିକଟରେ ଖୋର୍ଦ୍ଧା ବେଆଇନ ଖଣି ଓ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

Comment