ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତା ଉପରୁ ପାଇଥିବା ଟଙ୍କା ବ୍ୟାଗକୁ ଗୋଡାଇ ଗୋଡ଼ାଇ ଫେରାଇଛନ୍ତି ଜଣେ ୬ ବର୍ଷର ବାଳକ। ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଟଙ୍କା ବ୍ୟାଗ ବାଟରେ ପଡ଼ିଯିବା ଦେଖି ୬ ବର୍ଷର ବାଳକ ରୋହିତ ନାୟକ ଏହାକୁ ଉଠାଇ ତା’ର ସଠିକ ମାଲିକ ପାଖରେ ପହଞ୍ଚାଇଛନ୍ତି। ଏପରି ଘଟଣା ଘଟିଛି ପୁଲବାଣୀ ଜିଲ୍ଲା ଟିକାବାଲି ଅଞ୍ଚଳରେ।

ଟିକାବାଲି ଖଦଳାସାହିର ହିରୋ ନାୟକ ଓ ପୁଷ୍ପା ନାୟକଙ୍କ ସାନ ପୁଅ ହେଉଛନ୍ତି ରୋହିତ ନାୟକ। ରୋହିତଙ୍କ ବାପା ହିରୋ ନାୟକ ପେଶାରେ ଜଣେ ଡ୍ରାଇଭର। ଶନିବାର ରୋହିତ ବାପାଙ୍କ ସହ ଗାଡ଼ିରେ ବସି ବଜାରକୁ ଯାଇଥିଲେ। ବାପା ଦୋକାନକୁ ଯାଇ ଜିନିଷ କିଣୁଥିବା ବେଳେ ରୋହିତ ଗାଡ଼ିରେ ବସିଥିଲା।

ସେହି ସମୟରେ ଜଣେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସାଇକେଲରୁ ଏକ ବ୍ୟାଗ ଖସି ପଡ଼ିଥିଲା।  ଯାହା ରୋହିତ ଆଖିରେ ପଡ଼ିଥିଲା। ପରେ ରୋହିତ ବ୍ୟାଗକୁ ଉଠାଇ ଗୋଡ଼ାଇ ଗୋଡ଼ାଇ ଯାଇ ଶିକ୍ଷକଙ୍କୁ ଫେରାଇଥିଲେ। ଶିକ୍ଷକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଉଲ୍ଲସିତ ମଧ୍ୟ ହୋଇଥିଲେ।

ଏହି ଘଟଣା ପରେ ସେଠାରେ ଲୋକମାନଙ୍କର ଭିଡ଼ ହୋଇଯାଇଥିଲା। ୬ ବର୍ଷ ବାଳକର ଏଭଳି କାମ ଯୋଗୁଁ ଲୋକମାନେ ରୋହିତକୁ ବେଶ୍‌ ପ୍ରଶଂସା କରିଥିଲେ। ପରେ ଶିକ୍ଷକ ଜଣକ ରୋହିତଙ୍କ ଘରେ ପହଞ୍ଚି ତାଙ୍କୁ ୧ ହଜାର ଟଙ୍କା ପୁରସ୍କାର ଦେଇଥିଲେ।

Comment