ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। ସେଠି ମିଳିତ ସରକାର ଗଠନ ହେବ କି ନା ତାହା ଏବେ ପୂରାପୂରି ନିର୍ଭର କରୁଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଉପରେ। ଶୁଣାଯାଉଛି ଶିବସେନା ସହିତ ସରକାର ଗଠନ ପାଇଁ ସୋନିଆଙ୍କ ଭିତରେ ଦ୍ଵିଧା ରହିଛି। ଏନେଇ ଆଜି ଶରଦ ପାୱାର ତାଙ୍କ ଦଳର ନେତାଙ୍କ ସହ ଆଲୋଚନା କରିବେ। ଆସନ୍ତା କାଲି ସେ ନୂଆଦିଲ୍ଲୀ ଯିବେ ଓ ସୋନିଆଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ।ଆଜି ପାୱାରଙ୍କର ଦିଲ୍ଲୀ ଯିବାର ଥିଲା।

ଗୋଟିଏ ଖବର ଆସୁଛି ଯେ, ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ସରକାର ଗଠନକୁ ସୋନିଆ ଏ ଯାଏଁ ମଞ୍ଜୁରୀ ଦେଇନାହାନ୍ତି।ସରକାର ଗଠନ ପାଇଁ ଯେଉଁ ନ୍ୟୁନତମ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ସେଥିରେ ବି କିଛି ପଏଣ୍ଟରେ କଂଗ୍ରେସର ଆପତ୍ତି ରହିଛି। ତେବେ ଯଦି ସରକାର ଗଠନ ହୁଏ ତିନି ଦଳର ତୁଙ୍ଗ ନେତାଙ୍କ ଭିତରେ ଭେଟାଭେଟି ପର୍ବ ବି ହେବ ଯାହାକି ଏବେ ବାକି ଅଛି। ଉଦ୍ଧବ ଥାକରେ ଓ ସୋନିଆଙ୍କ ଭିତରେ ଆଲୋଚନା ଏଥିରେ ଅନ୍ତର୍ଭୁକ୍ତ। ଏଣେ ବିଜେପି ନେତା ତାଙ୍କର ହୁଙ୍କାର ଜାରି ରଖିଛନ୍ତି। ଯଦି ମହାରାଷ୍ଟ୍ରରେ ସରକାର ହୁଏ କେବଳ ବିଜେପିର ହିଁ ହେବ ବୋଲି ଦେବେନ୍ଦ୍ର ଫଡନାଭିସ୍‌ ପୁଣି ଥରେ କହିଛନ୍ତି।

Comment