ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ। ଯଦି ଏହାକୁ କେହି ନ ମାନନ୍ତି ତେବେ ପ୍ରସ୍ତୁତ ହୋଇଯାଆନ୍ତୁ ମୋଟା ଅଙ୍କର ଜରିମାନା ଦେବାକୁ। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ନେଇ ଶ୍ରମ ବିଭାଗ ପକ୍ଷରୁ ପୋର୍ଟାଲ ଉନ୍ମୋଚନ କରାଯାଇଛି। ଓ୍ଵେବଫୋର୍ଟାଲ ‘ଓଡ଼ିଆ ଫଳକ’କୁ ଉନ୍ମୋଚନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ।
ଓଡ଼ିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ପାଇଁ ଦଣ୍ଡ ୧ ହଜାରୁ ୫ ହଜାର ଆଦାୟ କରାଯିବ। ଯଦି ଏହାକୁ ନମାନି ଜରିମାନା ଦେଇ ମଧ୍ୟ ପୁଣି ଓଡ଼ିଆ ଫଳକ ନଲଗାନ୍ତି ତେବେ ଦ୍ଵିତୀୟ ଥର ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ତେବେ ଦୋକାନମାନଙ୍କରେ ଓଡ଼ିଆ ଫଳକ ଲାଗିବା ସରକାରଙ୍କ ଏକ ବଡ଼ ପଦକ୍ଷେପ।


















