ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସ ଡିଜି ପଦରୁ ବିଜୟ ଶର୍ମାଙ୍କୁ ହଟାଯିବା ପଛରେ କ’ଣ କାରଣ ରହିଛି ତାହା ଏବେ କ୍ରମଶଃ ପଦାକୁ ଆସିବାରେ ଲାଗିଛି। ବୁଧବାର ସନ୍ଧ୍ୟାରେ ଓଡ଼ିଶା ସରକାର ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେବା ସହ ଶର୍ମାଙ୍କୁ ଗୃହ ବିଭାଗ ଓଏସଡି ରୂପେ ବଦଳି କରିଥିଲେ।

ଖବର ଅନୁସାରେ ଶର୍ମା ଅଗ୍ନିଶମ ବିଭାଗ ଡିଜି ଥିବା ବେଳେ ଗୁଡ଼ାଏ ଅନିୟମିତତା ହୋଇଥିଲା। ବିଶେଷକରି ଶିଳ୍ପ କାରଖାନାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦେବାରେ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ତଦନ୍ତ ଆଦେଶ ଦେଇଥିଲେ ଓ ତା’ପରେ ପରେ ତାଙ୍କୁ ଡିଜି ପଦରୁ ହଟାଇ ଦିଆଯାଇଥିଲା। ଏବେ ବିଜୟ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଗୃହ ସଚିବଙ୍କୁ ଦିଆଯାଇଛି।

ଅଗ୍ନିଶମ ବିଭାଗରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଅନେକ ଆବେଦନ ପତ୍ର ଦୀର୍ଘ ଦିନ ଧରି ପଡ଼ିରହିଥିଲା। ଏହା ଫଳରେ ଜନସାଧାରଣ, ଶିଳ୍ପ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିଲେ।

Comment