ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ୧୦୦ ଫୁଟ୍ ଉଚ୍ଚ ଅଟ୍ଟାଳିକା ଉପରେ ଚଢ଼ି ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ ପୂରା ବାଣୀବିହାର କ୍ୟାମ୍ପସ୍‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଛାତ୍ରଛାତ୍ରୀ।

ଶୁକ୍ରବାର ଜଣେ ଅପରିଚିତ ବ୍ୟକ୍ତି ଉଲଗ୍ନ ହୋଇ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଉପରେ ଚଢ଼ିଯାଇଛନ୍ତି। ସେ ଛାତ ଉପରୁ ଡେଇଁପଡ଼ିବା ନେଇ ଧମକ ଦେଉଛନ୍ତି। ଏହାକୁ ସ୍ଥାନୀୟ ଛାତ୍ରଛାତ୍ରୀ ଦେଖିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବର୍ତ୍ତମାନ ତାଙ୍କୁ ଉଦ୍ଧାରକରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛି। ଯୁବକ ଜଣକୁ କିଭଳି ଭାବେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ଅଗ୍ନିଶମ ବିଭାଗ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ୩ ଘଣ୍ଟା ବିତି ଗଲାଣି, ହେଲେ ଯୁବକ ଜଣକ ଉଦ୍ଧାର ହୋଇପାରି ନାହାନ୍ତି।

ତାଙ୍କୁ ଉଦ୍ଧାର କରିବା ପାଇଁ ବ୍ରୁଣ୍ଟୋ ସ୍କାଇ ଲିପ୍ଟର ବ୍ୟବହାର ହୋଇଥିଲା, କିନ୍ତୁ ସେ ଓହ୍ଲାଇବାକୁ ନାରାଜ। ତାଙ୍କୁ ଉଦ୍ଧାର କରାଯିବା ବେଳେ ସମ୍ଭାବ୍ୟ ଅଘଟଣ ଏଡ଼ାଇବା ନିମନ୍ତେ ଜାଲ ମଧ୍ୟ ଅଣାଯାଇଛି।

ଘଟଣା ସ୍ଥଳରେ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ଶହ ଶହ ଛାତ୍ରଛାତ୍ରୀମାନେ ଉପସ୍ଥିତ ଅଛନ୍ତି।

Comment