ଓଡ଼ିଶାଲାଇଭ ବ୍ୟୁରୋ

ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।

ବିଶାଖାପାଟଣାରୁ ରାୟୁପର ଯାଉଥିବା କୋଇଲା ବୋଝେଇ ଟ୍ରେନର ଦୁଇଟି ବଗିରେ ରୟନଭଟ୍ଟା ଷ୍ଟେସନରେ ନିଆଁ ଲାଗି ଯାଇଥିଲା। ଟ୍ରେନରୁ ନିଆଁ ଲିଭାଇବା ପରେ ଟ୍ରେନଟି ରାୟପୁର ଅଭିମୁଖେ ଗଡ଼ିଥିଲା।

ହେଲେ କିଛିବାଟ ଗଡ଼ିବା ପରେ ପୁଣିଥରେ ନିଆଁ ଲାଗିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ।

Comment