ଓଡ଼ିଶାଲାଇଭ୍ ବ୍ୟୁରୋ

ଏନସିପି ବିଧାୟକ ଦଳର ନେତା ପଦରୁ ବିଦା ହୋଇଛନ୍ତି ଅଜିତ୍ ପାୱାର। ତାଙ୍କ ବଦଳରେ ଦିଲ୍ଲୀପ ପାଟିଲଙ୍କ ଦଳର ନୂଆ ବିଧାୟକ ଦଳର ନେତା ବଛାଯାଇଛି। ଶନିବାର ଶରଦ ପାୱାରଙ୍କ ଅଧ୍ୟକ୍ଷତା ବସିଥିବା ଏନସିପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶନିବାର ୩୬ ଜଣ ବିଧାୟକଙ୍କୁ ନେଇ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଏନ୍‌ସିପି  ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ଏନ୍‌ସିପିର ନୂଆ ବିଧାୟକ ଦଳ ନେତା ବଛାଯାଇଛି।

ଶନିବାର ଦଳର କେତେକ ବିଧାୟକଙ୍କୁ ନେଇ ଅଜିତ୍ ପାୱାର ବିଜେପି ସହ ମିଶିଯାଇଥିଲେ। ଏହାପରେ ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଓ ଅଜିତ୍ ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ତେବେ ଏହି ଘଟଣା ଏନ୍‌ସିପି ବିଧାୟକମାନଙ୍କ ଅଜାଣତରେ ହୋଇଥିବା ସେମାନେ କହିଛନ୍ତି।

ଅଜିତ୍ ପାୱାରଙ୍କ ସହ ଯାଇଥିବା ଅନେକ ବିଧାୟକଙ୍କୁ ଶନିବାର ସନ୍ଧ୍ୟାରେ ଶରଦ ପାୱାରଙ୍କ ବୈଠକରେ ଦେଖିବାକୁ ମିଳିଥିଲା। ସେମାନଙ୍କୁ ବିଜେପିରେ ମିଶାଇବା ନେଇ ଅଜିତ୍ କୌଣସି ସୂଚନା ଦେଇନଥିବା ସେ ସ୍ପଷ୍ଟ କରିଛନ୍ତି। ଏହି ଘଟଣା ପରେ ଶରଦ ପାୱାର ଏନ୍‌ସିପି ବିଧାୟକ ଦଳର ନେତା ପଦରୁ ଅଜିତଙ୍କୁ ବହିଷ୍କାର କରିଛନ୍ତି।

Comment