ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଲଓ୍ଵେର ଚାକିରି ସୁଯୋଗ। ଡିସେମ୍ଵର ୨୫ ଯାଏଁ କରିପାରିବେ ଆବେଦନ।

ଭାରତୀୟ ରେଲଓ୍ଵେରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ବଡ଼ ସୁଯୋଗ। ଉତ୍ତର-ପୂର୍ବ ରେଲଓ୍ଵେର ୧,୧୦୪ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋରଖପୁର ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୨୫ ଯାଏଁ ଆବେଦନ କରିପାରିବେ।

ପଦବୀ 

  • ମେକାନିକାଲ ଓ୍ଵାର୍କସପ୍‌ – ୪୧୧ ପଦବୀ
  • ସିଗନାଲ ଓ୍ଵାର୍କସପ୍‌ – ୬୩ ପଦବୀ
  • ବ୍ରିଜ ଓ୍ଵାର୍କସପ୍‌ – ୩୫ ପଦବୀ
  • ମେକାନିକାଲ ଓ୍ଵାର୍କସପ୍‌ – ୧୫୧ ପଦବୀ
  • ଡିଜେଲ ସେଡ୍‌ – ୬୦ ପଦବୀ
  • କ୍ୟାରେଜ ଓ ଓ୍ଵାଗନ୍‌ (ଇଜତ୍‌ ନଗର) – ୧୫୫ ପଦବୀ
  • କ୍ୟାରେଜ ଓ ଓ୍ଵାଗନ୍‌ (ଲକ୍ଷ୍ନୌ) – ୧୫୫ ପଦବୀ
  • ଡିଜେଲ୍‌ ସେଡ୍‌ (ଗୋଣ୍ଡା) – ୯୦ ପଦବୀ
  • କ୍ୟାରେଜ ଓ ଓ୍ଵାଗନ୍‌ (ବାରାଣାସୀ) – ୭୫

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଦଶମ ପାସ୍‌ କରିଥିବା ସହ ୫୦ ପ୍ରତିଶତରୁ ଅଧିକ ନମ୍ଵର ରଖିଥିବା ଦରକାର। ଏହାସହ ଆଇଟିଆଇ ମଧ୍ୟ କରିଥିବା ଆବଶ୍ୟକ।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଏସ୍‌ସି, ଏସ୍‌ଟିଙ୍କ ପାଇଁ ବୟସ ସୀମା ୫ ବର୍ଷ ଛାଡ଼ କରାଯାଇଛି। ସେହିପରି ଓବିସିଙ୍କ ପାଇଁ ୩ ବର୍ଷ ଓ ପିଡବ୍ଲୁଡିଙ୍କ ପାଇଁ ୧୦ ବର୍ଷ ଛାଡ଼ କରାଯାଇଛି।

ଦରଖାସ୍ତ ଫିସ୍‌

  • ଜେନେରାଲ ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଫିସ୍‌ ୧୦୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ଇଡବ୍ଲୁଏସ୍‌ ଓ ପିଡବ୍ଲୁଡିଙ୍କୁ ପରୀକ୍ଷା ଫିସ୍‌ ଛାଡ କରାଯାଇଛି।

କେମିତି କରିବେ ଆବେଦନ?

  • ପ୍ରଥମେ ଓ୍ଵେବସାଇଟ୍‌ ner.indianrailways.gov.in କୁ ଯାଇ ବିଜ୍ଞାପନ ପଢ଼ିବେ।
  • ଆବେଦନ ପାଇଁ ‘Act A pprentice 2019-20’ ଉପରେ କ୍ଲିକ କରିବେ।
  • ପରେ ଦରଖାସ୍ତ ଲିଙ୍କକୁ ଯାଇ ଆବେଦନ କରିବେ।
  • ଦରଖାସ୍ତ ଫର୍ମକୁ ପୂରଣ କରିବା ସହ ସମସ୍ତ ପ୍ରମାଣ ପତ୍ର ଓ ଫଟୋ ଅପଲୋର୍ଡ କରନ୍ତୁ।
  • ଶେଷରେ ଅନଲାଇନ ପେମେଣ୍ଟ କରିବେ।

Comment