ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମେ ପ୍ରେମ, କୋର୍ଟ ମ୍ୟାରେଜ ଆଉ ତା’ ପରେ ଅନ୍ୟତ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ଯୁବତୀ। ହେଲେ ଯୁବତୀଙ୍କ ମେହେନ୍ଦୀ ଦିନ ଫିଲ୍ମ ଷ୍ଟାଇଲରେ ପହଞ୍ଚିଗଲେ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିଥିବା ଯୁବକ। ଏପରି ହାଇ ଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ।

ଯୁବକ ନିଜକୁ ଯୁବତୀଙ୍କ ସ୍ଵାମୀ ଭାବେ ପରିଚୟ ଦେବା ସହ କୋର୍ଟ ବିବାହର ପ୍ରମାଣପତ୍ର ମଧ୍ୟ ଦେଖାଇଥିଲେ। ଏହାସହ ନିଜ ସ୍ତ୍ରୀକୁ ସାଙ୍ଗରେ ନେବାକୁ ଜିଦ୍‌ ମଧ୍ୟ ଧରିଥିଲେ।

ଏହି ଘଟଣା ପରେ ଯୁବତୀଙ୍କ ଘର ଲୋକ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇ ବୁଝାସୁଝା କରିଥିଲେ। ହେଲେ ଯୁବକ ଜଣକ ସେଠାରୁ ପୁଣି ଯୁବତୀଙ୍କ ଘରକୁ ଯାଇ ଧାରଣା ଦେଇଥିଲେ।

ଯୁବକ ଜଣକ ସେଠାରେ ଧାରଣ ଦେଇ କହିଛନ୍ତି, “ମୁଁ କିଛି ଚାହୁଁନି। କେବଳ ମୋ ସ୍ତ୍ରୀକୁ ସାଙ୍ଗରେ ନେଇ ଯିବାକୁ ଚାହୁଁଛି। ମୁଁ ତାଙ୍କ ଘରକୁ ବି ଯିବି ନାହିଁ। ଆମେ ୨୦୧୩ରେ କୋର୍ଟରେ ବିବାହ କରିଥିଲୁ। ହେଲେ ସେ ମୋତେ ନଜଣେଇ ଆଉ ଜଣକୁ ବିବାହ କରିବାକୁ ଯାଉଛନ୍ତି।”

ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ରମେଶ ବାରିକ୍‌। ଭୁବନେଶ୍ଵରରେ ବ୍ୟାଙ୍କିଙ୍ଗ କୋଚିଂ ନେବା ବେଳେ ଦେଖା ସାକ୍ଷାତ ହୋଇଥିଲା। ପରେ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା। ୨୦୧୩ରେ ବିବାହ କରିବା ପରେ ୬ ବର୍ଷ ସ୍ଵାମୀ-ସ୍ତ୍ରୀ ଭଳି ମଧ୍ୟ ରହିଥିଲେ

Comment