ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ। ଝାଡ଼ଖଣ୍ଡ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ୩ଟା ଯାଏଁ ମତଦାନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେଉଛି। ପ୍ରାୟ ୩୭ ଲକ୍ଷ ୮୩ ହଜାର ମତଦାତା ଏହି ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ। ୧୮୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

ଅନ୍ୟପଟେ ଆଜି ପ୍ରଥମ ପର୍ଯ୍ୟାୟରେ ନକ୍ସଲ ଆକ୍ରମଣ ହୋଇଛି। ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର ବିଷ୍ଣୁପୁର ନିକଟରେ ଥିବା ଏକ ପୋଲକୁ ନକ୍ସଲ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା ସୂଚନା ମିଳିଛି। ବିସ୍ଫୋରଣ ଯୋଗୁଁ ମତଦାନ ପ୍ରଭାବିତ ହୋଇନଥିବା ଡେପୁଟି କମିଶନର ସୂଚନା ଦେଇଛନ୍ତି।

Comment