ଓଡ଼ିଶାଲାଇଭ୍ ବ୍ୟୁରୋ

ଆରପାରିରେ ଓଡ଼ିଶାର ପ୍ରସିଦ୍ଧ ତବଲା ବାଦକ ରାଧାକାନ୍ତ ନନ୍ଦ।

ପ୍ରସିଦ୍ଧ ଓଡ଼ିଆ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍‌ଣରେ ତାଙ୍କର ପରଲୋକ ଘଟିଛି।

ଓଡ଼ିଶା ସଙ୍ଗୀତ ଜଗତରେ ଜଣେ ପ୍ରଖ୍ୟାତ ତବଲା ବାଦକ ଭାବେ ରାଧାକାନ୍ତ ବେଶ୍ ପରିଚିତ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କର୍କଟ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଶନିବାର ଅପରାହ୍‌ଣରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ୬୩ ବର୍ଷ ହୋଇଥିଲା।

ଦୀର୍ଘ ୩୦ ବର୍ଷ ଧରି ରାଧାକାନ୍ତ ନନ୍ଦ ଓଡ଼ିଆ ସଙ୍ଗୀତ ଜଗତରେ ସକ୍ରିୟ ଥିଲେ। ମୁଖ୍ୟତଃ ଭଜନଭିତ୍ତିକ କାର୍ଯ୍ୟକ୍ରମ ଓ ବିଭିନ୍ନ  ସଙ୍ଗୀତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା।

LEAVE A REPLY

Please enter your comment!
Please enter your name here