ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଦ ହେଲା କାଗଜ ଲାଇସେନ୍ସ। ଏଣିକି ଅନଲାଇନରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦିଆଯିବ। କେବଳ ସ୍ମାର୍ଟକାର୍ଡ ଆକାରରେ ଏହି ଲାଇସେନ୍ସ ମିଳିବ। ଏହାସହ ଫିଟ୍‌ନେସ ଓ ପରମିଟ ମଧ୍ୟ କାଗଜ ଦସ୍ତାବିଜରେ ମିଳିବ ନାହିଁ ବୋଲି ଜଣାପଡ଼ିଛି।

ପୂର୍ବରୁ କାଗଜ ଦସ୍ତାବିଜରେ ଏହି ସବୁ ପ୍ରମାଣପତ୍ର ଦିଆଯାଉଥିଲା। ବର୍ତ୍ତମାନ ଲାଇସେନ୍ସ ସହ ଫିଟ୍‌ନେସ ଓ ପରମିଟ ଅନଲାଇନରେ ଉପଲବ୍ଧ ହେବ। ଓ୍ଵେବସାଇଟ୍‌ http://parivahan.gov.in କୁଯାଇ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ର ଡାଉନଲୋଡ କରିପାରିବେ। ଯଦି କାଗଜ ଦସ୍ତାବିଜ ଆବଶ୍ୟକ ହୁଏ ତେବେ ଏନେଇ ନିର୍ଦ୍ଧାରିତ ଫିସ୍‌ ଦେବାକୁ ପଡ଼ିବ।

ଆହୁରି ୩ ମାସ ଟ୍ରାଫିକ ନିୟମ କୋହଳ ହେବା ପରେ ଏବେ ପୁଣି ଆରଟିଓରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ତେବେ ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି।

Comment