ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏସ୍ଏନ୍ଏଲ୍ ତା’ର ୩ଟି ରିଚାର୍ଜ ପ୍ଲାନକୁ ବନ୍ଦ କରିଛି। ଆଉ ୨ଟି ପ୍ଲାନର ବୈଧତା କମିଲା।

ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏହାର ୩ଟି ରିଚାର୍ଜ ପ୍ଲାନ୍‌କୁ ବନ୍ଦ କରିଦେଇଛି। ପୂର୍ବରୁ ଥିବା ୭ଟଙ୍କା, ୯ଟଙ୍କା ଓ ୧୯୨ ଟଙ୍କିଆ ପ୍ଲାନକୁ କମ୍ପାନି ବନ୍ଦ କରିଦେଇଛି। ୭ ଟଙ୍କିଆ ପ୍ଲାନରେ ଗ୍ରାହକ ଗୋଟିଏ ଦିନ ପାଇଁ ୧ ଜିବି ଡାଟା ପାଇପାରୁଥିଲେ। ସେହିପରି ୯ଟଙ୍କିଆ ପ୍ଲାନରେ ଗ୍ରାହକମାନେ ଗୋଟିଏ ଦିନରେ ୨୫୦ ମିନିଟ ପାଇଁ ମାଗଣା କଲ୍ କରିପାରୁଥିଲେ। ଏଥିରେ ୧୦୦ ଏମ୍‌ବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ମଧ୍ୟ ଦିଆଯାଉଥିଲା।

ସେହିପରି ୧୯୨ ଟଙ୍କା ପ୍ଲାନ୍‌ରେ ଗ୍ରାହକମାନେ ୨୮ ଦିନ ପାଇଁ ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ଓ ଅନଲିମିଟେଡ୍ କଲିଂ ସୁବିଧା ପାଇପାରୁଥିଲେ। କମ୍ପାନି ଏହି ତିନି ପ୍ଲାନକୁ ବନ୍ଦ କରିଦେଇଛି।

୨୯ ଓ ୪୭ ଟଙ୍କିଆ ପ୍ଲାନର ସମୟସୀମା ହ୍ରାସ

ଅନ୍ୟକ୍ଷରେ କମ୍ପାନି ଆଉ ୨ଟି ରିଚାର୍ଜ ପ୍ଲାନର ବୈଧତା କମ୍‌ କରିଦେଇଛି। ପୂର୍ବରୁ ଚାଲୁଥିବା ୨୯ଟଙ୍କିଆ ଓ ୪୭ ଟଙ୍କିଆ ପ୍ଲାନର ବୈଧତା କମିଯାଇଛି।

୨୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ଗୋଟିଏ ସପ୍ତାହପାଇଁ ଅନଲିମିଟେଡ୍ କଲ୍ କରିପାରୁଥିଲେ। ତା’ ସହ ଗୋଟିଏ ଜିବି ଡାଟା ଓ ୩୦୦ ଏସ୍ଏମ୍ଏସ୍ କରିବାର ସୁଯୋଗ ମଧ୍ୟ ମିଳୁଥିଲା। ଏହି ପ୍ଲାନର ସମୟସୀମାକୁ ୭ଦିନରୁ ୫ଦିନକୁ କମାଇ ଦିଆଯାଇଛି।

ସେହିପରି ୪୭ ଟଙ୍କାର ପ୍ଲାନରେ ଗ୍ରାହକମାନେ ୯ ଦିନ ପାଇଁ ଅନଲିମିଟେଡ୍ କଲ୍, ଗୋଟିଏ ଜିବି ଡାଟା ଓ ୩୦୦ ଏସ୍ଏମ୍ଏସ୍ କରିବାର ସୁଯୋଗ ପାଉଥିଲେ। ଏହାର ମଧ୍ୟ ସମୟସୀମା ୯ ଦିନରୁ ୭ ଦିନକୁ କମାଇ ଦିଆଯାଇଛି।

Comment