ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁରେ ଶୋକାକୂଳ ପରିବେଶ। ସମସ୍ତଙ୍କ ଆଖିରେ ଲୁହ। ଏଭଳି ଏକ ଭାବ ଗମ୍ଭୀର ପରିବେଶ ଭିତରେ ଗାଁରେ ପହଞ୍ଚିଲା ଉନ୍ନାଓ ଗଣସୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ। ପୀଡ଼ିତାଙ୍କ ଗାଁରେ ପୋଲିସ ଛାଉଣୀ କରାଯାଇଛି। ଆଜି ରାତିରେ ହିଁ ଅନ୍ତିମ ସଂସ୍କାର କରିବାକୁ ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ କହିଥିଲା। ହେଲେ ପୀଡ଼ିତାଙ୍କ ବାପା ମନା କରିଥିଲେ। ରବିବାର ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବ।

ଗତବର୍ଷ ଡିସେମ୍ବରରେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ହୋଇଥିଲା। ଚଳିତବର୍ଷ ୨୦୧୯ ମାର୍ଚ୍ଚରେ ପୋଲିସ ଏହି ଦୁଷ୍କର୍ମର ଏଫଆଇଆର ଫାଇଲ୍‌ କରିଥିଲା, ଯାହାର ବିଚାର କରି ଅଭିଯୁକ୍ତମାନଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଗତ କିଛି ଦିନ ତଳେ ଅଭିଯୁକ୍ତମାନେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ।

ଗୁରୁବାର ପୀଡ଼ିତାଜଣକ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବତୀଜଣକୁ ଛୁରୀ ମାରିବା ସହ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଜଳନ୍ତା ଅବସ୍ଥାରେ ପୀଡ଼ିତା ପୋଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯୁବତୀଜଣକ ୯୦ ପ୍ରତିଶତ ପୋଡ଼ିଯିବା ପରେ ବି ଗୋଟେ କିଲୋମିଟର ଯାଏଁ ଚାଲିଥିଲେ। ଏହାପରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ସହାୟତା ମାଗିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ସେ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ ପୀଡ଼ିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରାତିରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା।

Comment