ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ସହିଦନଗରସ୍ଥିତ ଖିମ୍‌ଜି ଟାଓ୍ଵାରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫ୍ରଣ୍ଟ ଅଫିସ୍‌ ଏକ୍‌ଜିକ୍ୟୁଟିଭ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯାଉଛି। ଏନେଇ ଏକ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯାଉଛି। ଏହା ଡିସେମ୍ଵର ୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ଵର ୧୦ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ।

ଶିକ୍ଷାଗତ ଯୋଗ୍ୟତା

ଗ୍ରାଜୁଏସନ୍‌ ପାସ୍‌ କରିଥିବା ଦରକାର ଓ ହସ୍ପିଟାଲିଟି ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଅଭିଜ୍ଞତା

ଏହି ପଦବୀ ପାଇଁ ୨/୩ ବର୍ଷ ଅଭିଜ୍ଞତା ଥିବା ଦରକାର।

ପଦବୀ ବିବରଣୀ

  • ପ୍ରାର୍ଥୀଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ଵ ଓ ଉତ୍କୃଷ୍ଟ ଯୋଗାଯୋଗ କୌଶଳ ଥିବା ଦରକାର।
  • ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାରେ କଥା କହି ପାରୁଥିବା ଦରକାର।
  • ଡେସ୍କ ସାମ୍ନାରୁ ଗ୍ରାହକଙ୍କୁ ଗ୍ରହଣ କରିବା।
  • ସମସ୍ତ ଇନ୍‌ କମିଙ୍ଗ କଲ୍‌ର ଉତ୍ତର ଦେବା ସହ ତାକୁ ଆଗକୁ ପଠାଇବା।
  • ସବୁଦିନ ସମସ୍ତ ମେଲ୍‌ ଚେକ କରିବା।

ମାସିକ ଦରମା

୧୨,୦୦୦/- ରୁ ୧୫,୦୦୦/-

ଇଣ୍ଟରଭ୍ୟୁ ତାରିଖ

୯ ଓ ୧୦ ଡିସେମ୍ଵର (ସକାଳ ୧୧ଟାରୁ ଦିନ ୨ଟା)

ଠିକଣା

ତୃତୀୟ ମହଲା, ୬୨୧, ସହିଦନଗର, ଜନପଥ, ଭୁବନେଶ୍ଵର

Comment