ଓଡ଼ିଶାଲାଇଭ୍‌ ବ୍ୟୁରୋ

KL Rahul of India and Rohit Sharma of India during the third T20I match between India and the West Indies held at the Wankhede Stadium, Mumbai on the 11th December 2019.

ୱାଙ୍ଖଡେ ଷ୍ଟାଡିୟରେ ଭାରତର ରନ୍‌ ବର୍ଷା। ଭାରତ-ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଛକା ଚୌକା ବର୍ଷାକରି ୱେଷ୍ଟଇଣ୍ଡିଜ୍‌ ଆଗରେ ଭାରତ ୨୪୧ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବେ ୨୪୧ ରନ୍‌କୁ ଟାର୍ଗେଟ୍‌ରେ ରଖି ୱେଷ୍ଟଇଣ୍ଡିଜ୍‌ ପଡ଼ିଆକୁ ଓହ୍ଲାଇଛି।

ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଭାରତର ଓପନର ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ବ୍ୟାଟିଂ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ରୋହିତ ୩୬ ବଲ୍‌ରେ ୭୧ ରନ୍‌(୫ ଛକା, ୬ ଚୌକା) ସଂଗ୍ରହ କରିଥିବା ବେଳେ ରାହୁଲ ୫୬ ବଲ୍‌ରେ ୫୧ ରନ୍‌(୪ ଛକା, ୯ ଚୌକା) ସଂଗ୍ରହ କରିଛନ୍ତି।

Rohit Sharma of India plays a shot during the third T20I match between India and the West Indies held at the Wankhede Stadium, Mumbai on the 11th December 2019.

ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲିଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଆଗରେ ଇଣ୍ଡିଜ୍‌ ଦଳର ବୋଲିଂ କାମ କରିନଥିଲା। କୋହଲି ବ୍ୟକ୍ତିଗତ ଭାବେ ମାତ୍ର ୨୯ ବଲ୍‌ରେ ୭୦ ରନ୍‌ର ବିଶାଳ ସ୍କୋର କରିଛନ୍ତି। ଫଳରେ ଭାରତ ୨୦ ଓଭର ସୁଦ୍ଧା ୩ଟି ୱିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରିଛି। ଏବେ ଇଣ୍ଡିଜ୍‌ ଦଳ ଆଗରେ ୨୪୧ ରନ୍‌ର ବିଜୟଲକ୍ଷ୍ୟ।

Comment