ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍ କେ ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅବସର ନେବା ପରେ ପ୍ରଫେସର ଚୌହାନ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ଚୌହାନ ପୂର୍ବରୁ ହିସାରର ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ୍ ଓପନ୍ ବିଶ୍ୱବିଦ୍ୟାଳୟ, ନାଗାଲ୍ୟାଣ୍ଡ ଏବଂ ଫରିଦାବାଦର ଲିଙ୍ଗାୟା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି।

ମ୍ୟାନେଜମେଣ୍ଟ ବିଶେଷଜ୍ଞ ପ୍ରଫେସର ଚୌହାନ ନିକଟରେ ଇଣ୍ଡିଆନ୍ କାଉନ୍‌ସିଲ ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଦ୍ୱାରା ପ୍ରାୟୋଜିତ ‘ଫାକଲ୍ଟି ରିଟେନ୍ସନ୍ ଆଣ୍ଡ ଫାକଲ୍ଟି ଆପ୍ରାଇଜଲ୍’ ଶୀର୍ଷକ ଏକ ଗବେଷଣା ପ୍ରୋଜେକ୍ଟ ଶେଷ କରିଛନ୍ତି। ସେ ଏଜୁକେସନାଲ୍ ମ୍ୟାନେଜମେଣ୍ଟ, ପାଇନାନ୍ସିଂ ଅଫ୍ ହାୟର ଏଜୁକେସନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ଆଦି ବିଷୟ ଉପରେ କାର୍ଯ୍ୟ କରିଛନ୍ତି।

ପ୍ରଫେସର୍‌ ଚୌହାନ ମଧ୍ୟ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରତିନିଧି ମଣ୍ଡଳର ସଦସ୍ୟ ରହିଛନ୍ତି। ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗସ୍ତ କରିଥିବା ପ୍ରତିନିଧି ମଣ୍ଡଳୀରେ ପ୍ରଫେସର ଚୌହାନ ମଧ୍ୟ ସାମିଲ୍ ଥିଲେ।

Comment