ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମ ପରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ତାତି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିବା ସହ ବସ୍‌ରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ରେଳ ଷ୍ଟେସନରେ ମଧ୍ୟ ହିଂସାର ପ୍ରଭାବ ପଡ଼ିଥିଲା। ମୁର୍ସିଦାବାଦ ଏବଂ ନର୍ଥ ୨୪ ପ୍ରଗଣା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି।

ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ଯାତ୍ରୀବାହୀ ବସ୍‌ ବର୍ତ୍ତି ନଥିଲା। ପ୍ରାୟ ୧୫ଟି ବସ୍‌କୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିଲେ। ମୁମ୍ବାଇ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ମଧ୍ୟ ବିକ୍ଷୋଭକାରୀ ଅବରୋଧ କରିଥିଲେ। କିଛି ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।

ପଶ୍ଚିମବଙ୍ଗରେ ଦେଖାଦେଇଥିବା ତାତିର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶରୁ ପଶ୍ଚିମବଙ୍ଗ ଚଳାଚଳ କରୁଥିବା ୧୨ଟି ଟ୍ରେନ୍‌ ବାତିଲ କରାଯାଇଛି।

ହାଓ୍ଵଡା-ତିରପପତି ହମ୍‌ସଫର ଏକ୍ସପ୍ରେସ, ହାଓ୍ଵଡା-ଏର୍ଣ୍ଣାକୁଲମ୍‌ ଅନ୍ତର୍ଦୋୟ ଏକ୍ସପ୍ରେସ, ହାଓ୍ଵଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓ୍ଵଡା-ଯଶୋବନ୍ତ ଦୁରନ୍ତ ଏକ୍ସପ୍ରେସ, ହାଓ୍ଵଡା-ହାଇଦ୍ରବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ, ହାଓ୍ଵଡା-ପୁନେ ଦୁରନ୍ତ ଏକ୍ସପ୍ରେସ, ହାଓ୍ଵଡା-ମୁମ୍ଵାଇ ସିଏସ୍‌ଏମ୍‌ଟି ଗୀତାଞ୍ଜଳି ଏକ୍ସପ୍ରେସ ବାତିଲ କରାଯାଇଛି।

ଏହାସହ ପୁରୀରୁ ମଧ୍ୟ କିଛି ଟ୍ରେନକୁ ବାତିଲ କରାଯାଇଛି। ପୁରୀରୁ ଦିଘା ଏକ୍ସପ୍ରେସ ବାତିଲ କରାଯାଇଥିବା ବେଳେ ଆସନ୍ତାକାଲି ପୁରୀ-ସଂତ୍ରାଗାଛି ପାସେଞ୍ଜେର ଓ ପୁରୀ-ଖୋର୍ଦ୍ଧା ରୋଡ ଟ୍ରେନ ବାତିଲ କରାଯିବ। କିଛି ଟ୍ରେନକୁ ଆଂଶିକ ଭାବେ ମଧ୍ୟ ବାତିଲ କରାଯାଇଛି। ପୁରୀରୁ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡା ପରିବର୍ତ୍ତେ ଖଡ଼ଗପୁର ଫେରିବ। ସେହିପରି ଜନ ଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡା ପରିବର୍ତ୍ତେ ମେଛେଦାରୁ ଫେରିବ।

Comment