ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବାରବାଟୀ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏନେଇ କାଉଣ୍ଟର ସାମ୍ନାରେ ପ୍ରବଳ ଭିଡ଼ ଲାଗି ରହିଛି। ଯୁବ ଗୋଷ୍ଠଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ କ୍ରିକେଟ ମାନିଆ ଦେଖିବାକୁ ମିଳିଛି। ଟିକେଟ୍‌ କିଣିବାକୁ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗୀତା ଲାଗି ରହିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

କ୍ରିକେଟ ପ୍ରେମୀମାନେ ନିଜ ପରିଚୟ ପତ୍ର ଦେଖାଇ କାଉଣ୍ଟରରୁ ଟିକେଟ କିଣୁଛନ୍ତି। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣି ପାରିବେ। ଏଥର ୧୨ଟି କାଣ୍ଟରରେ ପ୍ରାୟ ୧୨ ହଜାର ୩୯ଟି ଟିକେଟ ବିକ୍ରି କରାଯିବ। ଟିକେଟ କିଣିବା ପାଇଁ କାଉଣ୍ଟର ସାମ୍ନାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକମାନେ ଟିକେଟ କିଣିବା ପାଇଁ ବ୍ୟାରିକେଡ ଭିତରେ ଗଳି ଲାଇନ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ସେଠାରେ ବିଶୃଙ୍ଖଳାକାରୀଙ୍କୁ ଘଉଡ଼େଇବାକୁ ଚେଷ୍ଟା କରୁଛି।

ଅନ୍ୟପକ୍ଷରେ ରବିବାର ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ଉଭୟ ଦଳ ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚିବେ। ରବିବାର ବାରବାଟୀରେ ଦୁଇ ଦଳ ମୁହାଁମୁହିଁ ହେବେ।

Comment