ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଏବେ ନାଗରିକତା ଆଇନକୁ ନେଇ ହୋ ହଲ୍ଲା ଲାଗିରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଜଳାପୋଡ଼ା ସହ ଛାତ୍ରଛାତ୍ରୀମାନଙ୍କର ଅସନ୍ତୋଷ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନାଗରିକତା ଆଇନକୁ ବିରୋଧ କରି ରବିବାର କଂଗ୍ରେସ ଧାରଣାରେ ବସିବ ବୋଲି ଜଣାପଡ଼ିଛି।ରବିବାର  ଏନେଇ କଂଗ୍ରେସ ଦଳର ଏକ ବୈଠକ ବସିଥିଲା। ଏହି ବୈଠକରେ କଂଗ୍ରେସ ଧାରଣାରେ ବସିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ରବିବାର ରାଜଘାଟରେ କଂଗ୍ରେସ ଦଳର ନେତାମାନେ ଧାରଣାରେ ବସିବେ। ଏପରିକି ଏଥିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯୋଗଦେବେ।ନାଗରିକତା ବିଲକୁ କଂଗ୍ରେସ ଉଭୟ ଲୋକସଭାରେ ଓ ରାଜ୍ୟସଭାରେ ବିରୋଧ କରିଥିଲା। ଏହି ଆଇନ ଭାରତର ସମ୍ବିଧାନକୁ ଅବମାନନା କରୁଥିବା କଂଗ୍ରେସ ଦାବି କରୁଥିଲା। ଏପରିକି ଏଥିରେ ମୁସଲମାନ ଧର୍ମକୁ ସ୍ଥାନ ଦିଆଯାଇନଥିବାରୁ ଏହା ଭାରତର ଧର୍ମନିରପେକ୍ଷତା ନୀତିକୁ ଅବମାନନା କରୁଛି ବୋଲି କୁହାଯାଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment