ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଲଓ୍ଵେରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତଟ ରେଳ ପାଇଁ ଏହି ନିଯୁକ୍ତି ଦିଆଯିବ। ଖାଲି ପଡ଼ିଥିବା ୨୧ଟି ସ୍ପୋର୍ଟସ କୋଟା ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦୨୦ ଜାନୁଆରି ୩ ତାରିଖ।

ଲେଭେଲ୍‌-୫

  • ଆଥଲେଟ୍‌(ପୁରୁଷ) – ପଦବୀ(୦୧)
  • ଆକ୍ଵାଟିକ୍ସ(ପୁରୁଷ, ସୁଇମିଙ୍ଗ) – ପଦବୀ(୦୨)
  • ବକ୍ସିଂ(ମହିଳା) – ପଦବୀ(୦୧)
  • କବାଡ଼ି(ମହିଳା) – ପଦବୀ(୦୧)

ଲେଭେଲ୍‌-୩

  • ବ୍ୟାଡମିଣ୍ଟନ(ପୁରୁଷ) – ପଦବୀ(୦୨)
  • କ୍ରିକେଟ(ପୁରୁଷ) – ପଦବୀ(୦୨)
  • ହକି(ପୁରୁଷ) – ପଦବୀ(୦୨)
  • କବାଡ଼ି(ମହିଳା) – ପଦବୀ(୦୨)
  • ଭଲି ବଲ୍‌(ପୁରୁଷ) – ପଦବୀ(୦୨)
  • ଭଲି ବଲ୍‌(ମହିଳା) – ପଦବୀ(୦୨)
  • ଓ୍ଵେଟ୍‌ ଲିଫଟିଙ୍ଗ(ପୁରୁଷ) – ପଦବୀ(୦୨)
  • ଓ୍ଵେଟ୍‌ ଲିଫଟିଙ୍ଗ(ମହିଳା) – ପଦବୀ(୦୨)

କ୍ରିଡ଼ା ଯୋଗ୍ୟତା

ପ୍ରାର୍ଥୀ ରାଜ୍ୟ କ୍ରିଡ଼ା ଫେଡେରେସନ୍‌ ଅଧିନରେ ଜାତୀୟ ଅନ୍ତର୍ଜାତୀୟ ଓ ରାଜ୍ୟ କ୍ରିଡ଼ାରେ ଖେଳିଥିବା ଦରକାର। ଏହାସହ ଜୁନିୟର ନ୍ୟାସନାଲ ଚାମ୍ପିୟନସିପ୍‌ରେ ମଧ୍ୟ ଭାଗ ନେଇଥିବା ଦରକାର।

ଶିକ୍ଷାଗତ ଯୋଗ୍ୟତା

ଯେଉଁ ପ୍ରାର୍ଥୀ ଦଶମ, ଯୁକ୍ତ ଦୁଇ କିମ୍ଵା ଗ୍ରାଜୁଏସନ ପଢ଼ିଥିବେ ସେମାନେ ଏନେଇ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା

  • ଆବେଦନ କରିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ rrcbbs.org.in କୁ ଯାଇ ବିଜ୍ଞାପନ ପଢ଼ିପାରିବେ।
  • ପରେ ଓ୍ଵେବସାଇଟ୍‌ରେ ଅନଲାଇନରେ ଆବେଦନ କରିପାରିବେ।
  • ଆବେଦନ ବେଳେ ଫର୍ମରେ ବାୟୋ-ଡାଟା ଫର୍ମକୁ ଭଲରେ ପୂରଣ କରିବା ଦରକାର। ଏହାସହ ସମସ୍ତ ସାର୍ଟିଫରିକେଟ ଓ ଫଟୋର ସ୍କାନ କପି ଅନଲାଇନରେ ଅପଲୋର୍ଡ କରିବା ଆବଶ୍ୟକ।

Comment