ଓଡ଼ିଶାଲାଇଭ୍‌ ବ୍ୟୁରୋ  

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ପୁଣି ୮ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ତିନି ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ବୁଧବାର ରାତିରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ତପସ୍ୱିନୀ ହେମ୍ଵ୍ରମ୍‌ଙ୍କ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଆଠ ଜଣ ଛାତ୍ରୀ ଅସୁସ୍ଥ ହେବାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବିଦ୍ୟାଳୟରେ। ସ୍କୁଲ ପରିସର ଅସ୍ଵସ୍ଥ୍ୟକର ଥିବା ସହିତ ବାସୀ ଖାଦ୍ୟ ଯୋଗୁଁ ସେବାଶ୍ରମର ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ଏପରି ଅବ୍ୟବସ୍ଥା ଦୀର୍ଘ ସମୟରୁ ଲାଗି ରହିଛି। ଅଭିଯୋଗ ପରେ ମଧ୍ୟ ଏହାର କୌଣସି ସମାଧାନର ରାସ୍ତା ବାହାର କରାଯାଉନାହିଁ। ଏଭଳି ଖାମ ଖିଆଲି ନୀତି ପାଇଁ ଗତକାଲି ଜଣେ ଛାତ୍ରୀର ମୃତ୍ୟୁ ହଇଥିବା ବେଳେ ଆଉ ଆଠ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

Comment