ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। କଂଗ୍ରେସ, ବିଜେପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ସହିତ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ଏକପ୍ରକାରର ପ୍ରସ୍ତୁତ ରହିଛନ୍ତି। ୫ ବର୍ଷ ପରେ ପୁଣିଥରେ ଦିଲ୍ଲୀର ରାଜନୀତି ସରଗରମ ହେବ। ଅପେକ୍ଷା କେବଳ ନିର୍ବାଚନ ତାରିଖ ଘୋଷଣାକୁ।

ଆଜି ଅପରାହ୍‌ଣ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦିଲ୍ଲୀ ନିର୍ବାଚନର ତାରିଖ ଘୋଷଣା ହୋଇପାରେ।

ଦିଲ୍ଲୀର ସ୍କୁଲଗୁଡ଼ିକରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆସନ୍ତା ଫେବ୍ରୁଆରି ୧୫ରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖିଲେ ଦିଲ୍ଲୀ ନିର୍ବାଚନ ଫେବ୍ରୁଆରି ୧୫ ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment