ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ପେଟ୍ରୋଲିଂ ସମୟରେ କାର ଭିତରୁ ୧ କୁଇଣ୍ଟାଲ୍ ୬୯ କିଲୋ ଗଞ୍ଜେଇ ଜବତ କରିଛି କୋଟପାଡ଼ ପୋଲିସ।

ବୁଧବାର ରାତିରେ କୋଟପାଡ଼ ପୋଲିସ ସ୍ଥାନୀୟ ସୁର୍ଲି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସେମାନେ ଗୋଟିଏ କାରକୁ ସନ୍ଦେହ କରି ଅଟକାଇଥିଲେ। କାରକୁ ଅଟକାଇବା ପରେ ସେଥିରେ ଥିବା ଦୁଇ ଜଣ ଲୋକ ହଠାତ୍ ଫେରାର୍ ହୋଇଯାଇଥିଲେ।ଅନ୍ୟପଟେ ଶୀତରେ କୁହୁଡ଼ି ପଡ଼ିଥିବା ହେତୁ ପୋଲିସ ମଧ୍ୟ ସେମାନଙ୍କୁ ଖୋଜି ପାଇବାରେ ସଫଳ ହୋଇନଥିଲା। ଏହାପରେ ପୋଲିସ ସେହି କାରକୁ ଯାଞ୍ଚ କରିବା ସହ ତା ଭିତରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିଲା। ତେବେ ଏ ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁ ସ୍ଥାନକୁ ଯାଉଥିଲା ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅପରାଧୀମାନେ ପୋଲିସ୍ ହାତରେ ଧରାପଡ଼ିବେ ବୋଲି କହିଛନ୍ତି କୋଟପାଡ଼ ଥାନା ଅଧିକାରୀ।

Comment