ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଲଟିଲା ମାମଲା। ବନ୍ଧା ହେଲେ ଅଭିଯୋଗକାରୀ। ଟିଣ୍ଡର୍‌ ଆପ୍‌ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ଼। ଅଭିଯୋଗକାରୀ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଛି ପୋଲିସ। ଏହାସହ ଯୁବତୀଙ୍କ ୩ ଜଣ ପୁରୁଷ ବନ୍ଧୁଙ୍କୁ ଲୁଟ୍‌ ଓ ଅପହରଣ ମାମଲାରେ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲରେ ଯୁବତୀଙ୍କୁ ସିଆରପିସି ୪୧ ନୋଟିସ କରି ଛାଡ଼ି ଦେଇଛି ପୋଲିସ।

ପ୍ରଥମେ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଏଥିରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯୁବତୀଙ୍କୁ ଜାମିନରେ ଛାଡ଼ି ଦେଇଛି ପୋଲିସ। ପୂର୍ବରୁ ଯୁବତୀଙ୍କୁ ଅପହରଣ ଓ ଲୁଟ୍‌ ମାମଲାରେ ଗିରଫ କରାଯାଇଥିଲା।

ସୋସିଆଲ ମିଡିଆରେ ଟିଣ୍ଡର ଡେଟିଂ ଆପ୍‌ ଜରିଆରେ ବ୍ୟାଙ୍କ ଅଧିକାରୀ ଜଣେ ଯୁବତୀଙ୍କ ସହ କଥା ହେଇଥିଲେ। ପରେ ସେମାନେ ଡେଟିଂରେ ମଧ୍ୟ ଯାଇଥିଲେ। ଏହି ମିଳାମିଶା ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ହେଲେ ଯୁବକ ଜଣକ ହଠାତ ସମ୍ପୃକ୍ତ ଯୁବତୀଙ୍କ ନାଁରେ ଅପହରଣ ଓ ଲୁଟ୍‌ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ପରେ ଯୁବତୀ ଜଣକ ମଧ୍ୟ ଯୁବକଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ। ତାଙ୍କୁ ଯୁବକ ଜଣକ ଦୁଷ୍କର୍ମ କରିଥିବା ସେ ଏତଲା ଦେଇଥିଲେ। ଦୁହିଁଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ପୋଲିସ ୨ଟି ମାମଲା ରୁଜୁ କରିଥିଲା।

Comment