ଓଡ଼ିଶାଲାଇଭ୍ ବ୍ୟୁରୋ

ସାତ ମାସର ଗୋଟିଏ ଛୁଆ, ଯିଏ ଭଲରେ କଥା କହି ଶିଖିନି ସେ ହେଉଛି ଗୋଟିଏ ସହରର ମେୟର। ଏଭଳି ଅଜବ କଥା କିଛି ଦେଖିବାକୁ ମିଳିଥିଲା ଆମେରିକାର ହ୍ୱାଇଟହାଲ ସହରରେ। ଏହି ସହରର ମେୟର ଭାବେ ଜଣେ ସାତ ମାସର ଛୁଆ ଶପଥ ନେଇଥିଲେ।

ୱିଲିୟମ୍ ଚାଲର୍ସ ନାମକ ଏହି ଛୁଆ ଜଣକ ହ୍ୱାଇଟହାଲ୍ ସହରର ମେୟର ଭାବେ ଶପଥ ନେଇଥିଲେ। ଏପରିକି ତାଙ୍କ ପାଇଁ ତାଙ୍କ ବାପା ମା ମେୟର ପଦର ଶପଥ ନେଇଥିଲେ। ଏହା ପଛର ରହସ୍ୟ ହେଲା ଯେ, ହ୍ୱାଇଟହାଲ ସହରରେ ମେୟର ପଦ ପାଇଁ ନିଲାମ ଡକାଯାଇଥାଏ। ଏଥିରେ ଯେଉଁ ଲୋକ ସବୁଠୁ ଅଧିକ ଟଙ୍କାର ନିଲାମ ଡାକିଥାନ୍ତି ତାଙ୍କୁ ସହରର ମେୟର କରାଯାଇଥାଏ। ତେବେ ସହରର କାର୍ଯ୍ୟ କରିବା ପାଇଁ ସହରର ଆଉ ଜଣେ ମେୟର ରହିଛନ୍ତି। ସେ ହିଁ ସହରର ବିଭିନ୍ନ କାର୍ଯ୍ୟ କରିଥାନ୍ତି।

ମେୟର ଭାବେ ଶପଥ ନେବା ପରେ ୱିଲିୟମ୍ ଚାଲର୍ସ ଆମେରିକାର ସବୁଠୁ କମ ବୟସର ମେୟର ହେବାର ଗୌରବ ଅର୍ଜନ କରିଥିଲେ।

Comment