ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଇକେଲ ଚଲାଇ ଫିଟ୍‌ ରହିବାକୁ ‘ମାଇଁସାଇକ୍ଲୋଥନ’ରେ ଆହ୍ୱାନ ଦେଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଭୁବନେଶ୍ୱରରେ ‘ମାୟୋପିଆ’ ସଚେତନତା ପାଇଁ ହୋଇଥିଲା ‘ମାଇଁସାଇକ୍ଲୋଥନ୍‌’’। ଏଥିରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇ ଲୋକମାନଙ୍କୁ ଫିଟ୍‌ନେସ୍‌ ମନ୍ତ୍ର ଦେଇଥିଲେ।

‘‘ଫିଟ୍‌ ରହିବା ପାଇଁ ସାଇକେଲିଂ ବହୁତ ଭଲ। ଦୌଡ଼ିବା ପାଇଁ ସିନ୍ଥେଟିକ୍‌ ଟ୍ରାକ୍‌ ଦରକାର। ହେଲେ ଆମର ଏଠି ସିନ୍ଥେଟିକ୍‌ ଟ୍ରାକ୍‌ ନାହିଁ। ତାଛଡ଼ା ଦୌଡ଼ିବା ପାଇଁ ଭଲ ଯୋତା ପିନ୍ଧିବା ଦରକାର। ସିନ୍ଥେଟିକ୍‌ ଟ୍ରାକ୍‌ ନଥିବାରୁ ଦୌଡ଼ିଲେ ଆଣ୍ଠୁରେ ସମସ୍ୟା ଦେଖାଦିଏ। ହେଲେ ସାଇକେଲିଂ କଲେ କିଛି ସମସ୍ୟା ଦେଖାଦିଏନି’’, ଏହା କହିଛନ୍ତି କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ସାଇକେଲ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

‘‘ଆମ ସମାଜରେ ଫିଜିକାଲ ଫିଟ୍‌ନେସ୍‌ର ସ୍ତର ବହୁତ ଖରାପ। ଏଣୁ ଫିଟ୍‌ ରହିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାକୁ ମୁଁ ସମର୍ଥନ କରୁଛି। ମାଇଁସାଇକ୍ଲୋଥନକୁ ଭଲ ସଫଳତା ମିଳିଛି। ଲୋକମାନେ ଏଥିରେ ଆଗ୍ରହର ସହ ସାମିଲ ହେଉଛନ୍ତି। ଆଗାମୀ ଦିନରେ ଏହାର କଳେବର ବୃଦ୍ଧି ପାଇବ ବୋଲି ଆଶା ରହିଛି’’, କହିଛନ୍ତି ପୋଲିସ କମିସନର।

Comment