ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗରେ ସିନିୟର ରିସର୍ଚ୍ଚ ଫେଲୋ (ଏସ୍‌ଆର୍‌ଏଫ୍‌)/ଜୁନିୟର ରିସର୍ଚ୍ଚ ଫେଲୋ (ଜେଆର୍‌ଏଫ୍‌) ଏବଂ ଆନିମଲ କେୟାର ଟେକର କମ୍‌ ଲାବୋରେଟୋରୀ ଆସିଷ୍ଟାଣ୍ଟ୍‌ ପବଦୀରେ ନିଯୁକ୍ତି ସୁଯୋଗ ରହିଛି। ଏଥିନେଇ ଆସନ୍ତା ଜାନୁଆରି ୨୮ରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ହେବ।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ସେଣ୍ଟ୍ରାଲ କାଉନ୍‌ସିଲ ଫର୍‌ ରିସର୍ଚ୍ଚ ଇନ୍‌ ହୋମିଓପାଥି (ସିସିଆର୍‌ଏଚ୍‌) ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ୩ ବର୍ଷ ଯାଏଁ କିମ୍ବା ପ୍ରକଳ୍ପ ଶେଷ ହେବା ଯାଏଁ ରହିବ ବୋଲି ବଜ୍ଞପ୍ତିରେ କୁହାଯାଇଛି।

ପଦବୀ ଏବଂ ଶିକ୍ଷାଗତ ଯୋଗ୍ୟତା

  • ସିନିୟର ରିସର୍ଚ୍ଚ ଫେଲୋ/ଜୁନିୟର ରିସର୍ଚ୍ଚ ଫେଲୋ – ୨ଟି ପଦବୀ

ପ୍ରାର୍ଥୀ ବାୟୋଟେକ୍ନୋଲୋଜି/ଜୁଲୋଜି/ଲାଇଫ୍‌ ସାଇନ୍ସ ଅଥବା ଏହାର ସଂଲଗ୍ନ ବିଷୟରେ ଅନୂନ୍ୟ ୫୦ ପ୍ରତିଶତ ମାର୍କ ରଖି ମାଷ୍ଟର ଡିଗ୍ରୀ ହାସଲ କରିଥିବା ଦରକାର। ସେହିପରି ୨ ବର୍ଷର ରିସର୍ଚ୍ଚ ଅଭିଜ୍ଞତା ରହିଥିବା ଆବଶ୍ୟକ। ଆୟୁଷ ଗାଇଡ୍‌ଲାଇନ୍‌ ଅନୁଯାୟୀ ଏସ୍‌ଆର୍‌ଏଫ୍‌ ଏବଂ ଜେଆର୍‌ଏଫ୍‌ରେ ନିଯୁକ୍ତି ଦିଆଯିବ।

  • ଆନିମଲ କେୟାର ଟେକର କମ୍‌ ଲାବୋରେଟୋରୀ ଆସିଷ୍ଟାଣ୍ଟ୍‌ – ଗୋଟିଏ ପଦବୀ

ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ପାସ୍‌ କରିଥିବା ଆବଶ୍ୟକ। ସେହିପରି ନିଜ ବିଷୟରେ ପ୍ରାର୍ଥୀଙ୍କ ୧ ବର୍ଷର ଅଭିଜ୍ଞତା ରହିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିଜ ସିଭି jdandapat.nou@gmail.com ଇମେଲ୍‌ରେ ଆଗୁଆ ପଠାଇପାରିବେ।

ଦରମା

  • ସିନିୟର ରିସର୍ଚ୍ଚ ଫେଲୋ/ଜୁନିୟର ରିସର୍ଚ୍ଚ ଫେଲୋ – ୨୮,୦୦୦ ଟଙ୍କା + ୨୦% ଏଚ୍‌ଆର୍‌ଏ
  • ଆନିମଲ କେୟାର ଟେକର କମ୍‌ ଲାବୋରେଟୋରୀ ଆସିଷ୍ଟାଣ୍ଟ୍‌ – ୬,୦୦୦ ଟଙ୍କା

ଆସନ୍ତା ଜାନୁଆରି ୨୮ ତାରିଖରେ ଉପରୋକ୍ତ ନିଯୁକ୍ତି ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ ହେବ। ଇଣ୍ଟରଭ୍ୟୁର ୨ ଘଣ୍ଟା ପୂର୍ବରୁ ପ୍ରାର୍ଥୀଙ୍କୁ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।

ବାୟୋଟେକ୍ନୋଲୋଜି/ଜୁଲୋଜି/ଲାଇଫ୍‌ ସାଇନ୍ସ ଅଥବା ଏହାର ସଂଲଗ୍ନ ବିଷୟରେ ଅନୂନ୍ୟ ୫୦ ପ୍ରତିଶତ ମାର୍କ ରଖି ମାଷ୍ଟର ଡିଗ୍ରୀ ହାସଲ କରିଥିବା ଦରକାର।

Comment