ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷରେ ନରହନ୍ତା ଦନ୍ତାକୁ କାବୁ କଲା ବନ ବିଭାଗ। ଯାଜପୁର ଦାନଗଦି ନିକଟ କଣ୍ଟିପୁର ଜଙ୍ଗଲରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଧରାଯାଇଛି। ଟ୍ରାଙ୍କୁଲାଇଜ ମାଧ୍ୟମରେ ହାତୀକୁ କାବୁ କରିଛି ବନ ବିଭାଗ।

ଦନ୍ତା ହାତୀକୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତର କରାଯି ନାହିଁ। କାବୁ କରାଯାଇଥିବା ସ୍ଥାନରେ ୪ ଦିନ ପର୍ଯ୍ୟନ୍ତ ଦୃଷ୍ଟି ରଖାଯିବ। ହାତୀ ଚାରିକଡ଼ରେ ଗାତ ଖୋଳାଯାଇ ପାଣି ଯୋଗାଇ ଦିଆଯିବ।

ଯାଜପୁର ଦାନଗଦିରେ ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଲୋକେ। ନରହନ୍ତା ହାତୀକୁ ଧରିବା ଦାବିରେ ଲୋକେ ଆଜି ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଫଳରେ ଦାନଗଦି ମିଲିଟାରୀ ଛକ, ମାନପୁର ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପରେ ଡ୍ରୋନ କ୍ୟାମେରାରରେ ହାତୀ ଉପରେ ନଜର ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ଟିମ୍‌ ଓ ପୋଲିସ ମଧ୍ୟ ସଜାଗ ରହିଛନ୍ତି। ପରେ ଟ୍ରାଙ୍କୁଲାଇଜର କରାଯାଇ ହାତୀକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ।

ହାତୀଟି ଯାଜପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଶଙ୍ଖଚିଲା ଗୋଡ଼ିପାଟଣା ଗାଁର ୪ଜଣଙ୍କ ପ୍ରାଣ ଯାଇଥଲା ବେଳେ ୧୦ ଜଣ ଆହତ ହୋଇଥିଲେ। ଲୋକମାନେ ରାସ୍ତା ଉପରକୁ ଆସି ପ୍ରତିବାଦ କରିବାରୁ ବନବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା।

Comment